ଗୁଗଲ ଅଫିସରେ ମହିଳା କର୍ମଚାରୀଙ୍କୁ ନିର୍ଯ୍ୟାତନା ! ବିଶ୍ୱର ସମସ୍ତ ଗୁଗଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ମହିଳା

Advertisment
ଗୁଗଲ ଅଫିସରେ ମହିଳା କର୍ମଚାରୀଙ୍କୁ ନିର୍ଯ୍ୟାତନା ! ବିଶ୍ୱର ସମସ୍ତ ଗୁଗଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ମହିଳା

source : Google

ବିଶ୍ୱର ସର୍ବବୃହତ୍ତ ଇଣ୍ଟରନେଟ୍ କମ୍ପାନି ଗୁଗଲରେ ବରିଷ୍ଠ ପୁରୁଷ କର୍ମଚାରୀମାନେ ମହିଳା କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଗୁଗଲ୍ କାର୍ଯ୍ୟାଳୟର ମହିଳା କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଗୁଗଲର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନେ ସେମାନଙ୍କ ଅଧସ୍ଥନ ମହିଳା କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ ସହ ଯୌନ ନିର୍ଯ୍ୟାତନାମଧ୍ୟ ଦେଉଛନ୍ତି। ତେବେ, ଏସଂପର୍କରେ କଂପାନିର ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ମହିଳା କର୍ମଚାରୀମାନେ ଅଭିଯୋଗ ଆଗତ କଲାପରେ ମଧ୍ୟ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କ ବିରୋଧରେ କମ୍ପାନି ପକ୍ଷରୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ ବୋଲି ମହିଳା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

publive-image

ଏହି ପରିପ୍ରେକ୍ଷୀରେ ଗୁଗଲର ମହିଳା କର୍ମଚାରୀମାନେ ଏହାର ବିରୋଧ କରିବା ସହ ସେମାନଙ୍କର ଅସନ୍ତୋଷ ଜାହିର କରିବା ପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଗୁଗଲ୍ କାର୍ଯ୍ୟାଳୟରେ କାର୍ଯ୍ୟ ବନ୍ଦ କରି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe