କନକ ବ୍ୟୁରୋ: ଗୁଗୁଲ ଆଜି ଦେଶର ପ୍ରଥମ ଦଳିତ ଅଭିନେତ୍ରୀଙ୍କୁ ଡୁଡୁଲରେ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଅଭିନେତ୍ରୀ ଜଣକ ହେଉଛନ୍ତି ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ହିରୋଇନ୍ ପି. କେ. ରୋଜି । ରୋଜିଙ୍କ ଜନ୍ମ ୧୯୦୩ ଆଜିର ଦିନରେ ତିରୁବନନ୍ତପୁରମରେ ହୋଇଥିଲା, ଯାହା ପୂର୍ବରୁ କେରଳର ରାଜଧାନୀ ତ୍ରିବେନ୍ଦ୍ରମ ଥିଲା ।

Advertisment

ଖୁବ୍ କମ୍ ବୟସରୁ ରୋଜିଙ୍କୁ ଅଭିନୟର ନିଶା ଚଢିଥିଲା । ହେଲେ ସେତେବେଳେ ଅଭିନୟକୁ ତଥାକଥିତ ସମାଜ ସହଜେ ଗ୍ରହଣ କରିପାରୁନଥିଲା । ଏପରି ଏକ ସମୟରେ ରୋଜିି ପ୍ରଥମ ଚଳଚ୍ଚିତ୍ର ‘ ଦ ଲାଷ୍ଟ ଚାଇଲ୍ଡ’ ରେ କାମ କରିବା ସହ ସବୁ ପ୍ରତିବନ୍ଧକକୁ ଭାଙ୍ଗିବାକୁ ଚେଷ୍ଟା କଲେ । ଯଦିଓ ତାଙ୍କର ସଫଳତାକୁ କେହି ପ୍ରଶଂସା କରିନଥିଲେ ହେଲେ ଆଜି ବି ସେ ଅନେକଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିଛନ୍ତି ।

ପିକେ ରୋଜି ୧୦୯୨୮ ମସିହାରେ ସାଇଲେଣ୍ଟ ମାଲାୟାଲମ୍ ଫିଲ୍ମ ‘ବିଗାଥାକୁମାରନ୍’ ‘ ଦ ଲାଷ୍ଟ ଚାଇଲ୍ଡ’ ଫିଲ୍ମରେ ଆକ୍ଟିଙ୍ଗ କରିଥିଲେ । ସେ ଥିଲେ ଦେଶର ଫିଲ୍ମ ଅଭିନେତ୍ରୀ ଓ ପ୍ରଥମ ଦଳିତ ଅଭିନେତ୍ରୀ । ଏହି ଫିଲ୍ମରେ ତାଙ୍କୁ ଜଣେ ନାୟର ଫିଲ୍ମ ସରୋଜିନୀ ଭୂମିକାରେ ଦେଖିବାକୁ ମିଳିଥିଲା । ହେଲେ ଏହାକୁ ଦେଖି ରାଗିଯାଇଥିଲେ ସମ୍ଭ୍ରାନ୍ତ ବଂଶର ଲୋକେ । ଉତ୍ୟକ୍ତ ଲୋକେ ରାଗରେ ତାଙ୍କ ଘର ଜାଳିଦେଇଥିଲେ ।

ଜୀବନ ବଞ୍ଚାଇବାକୁ ରୋଜି ଏକ ଲୋରୀ ବିସି ଖସିପଳାଇଥିଲେ । ତାମିଲନାଡୁରେ ପହଞ୍ଚିବା ପରେ ତାଙ୍କୁ ଉଦ୍ଧାର କରିଥିବା ଲରି ଚାଳକ କେଶବନ୍ ପିଲ୍ଲାଇଙ୍କୁ ବିବାହ କଲେ । ପରବର୍ତ୍ତୀ ସମୟରେ ରାଜମ୍ମଲ ପରିଚୟରେ ବଞ୍ଚିଲେ । ଫିଲ୍ମ ଯୋଗୁଁ ଏଭଳି ସଂଘର୍ଷର ସାମନା କରିଥିବା ରୋଜିଙ୍କୁ ଆଜିକା ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସମ୍ମାନ ମିଳୁଛି ।ଏପରିକି ସାଉଥରେ ତାଙ୍କ ନାଁରେ ଏକ ଫିଲ୍ମ ସୋସାଇଟି ମଧ୍ୟ ରହିଛି ।