ବିଶ୍ୱକପକୁ ଗୌରାବନ୍ୱିତ କଲା ଗୁଗୁଲ । ସର୍ଚ୍ଚ ଇଞ୍ଜିନର କଭର ପେଜରେ ଦେଖିବାକୁ ମିଳୁଛି ସ୍ମରଣୀୟ ଦୃଶ୍ୟ ।

161

କନକ ବ୍ୟୁରୋ: ଆରମ୍ଭ ହେଲା କ୍ରୀଡ଼ା ମହାପର୍ବ କ୍ରିକେଟ୍ ବିଶ୍ୱକପ ୨୦୧୯ । ଚଳିତ ବିଶ୍ୱକପକୁ ଐତିହାସିକ ବା ସ୍ମରଣୀୟ କରିବା ପାଇଁ ଅନେକ ସଂଗଠନ ଓ ସଂସ୍ଥା ପକ୍ଷରୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଏହି ମର୍ମରେ ଆଧୁନିକ ଯୁଗର ସର୍ଚ୍ଚ ଇଂଜିନ୍ ବୋଲାଉଥିବା ଗୁଗୁଲ ନିଜର କଭର ପେଜରେ ବିଶ୍ୱକପ କ୍ରିକେଟ୍ କୁ ଭିନ୍ନ ତରିକାରେ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଛି ।

ବିଶ୍ୱର ସବୁଠାରୁ ବୃହତ ସର୍ଚ୍ଚ ଇଂଜିନ୍ ଗୁଗୁଲର ମୁଖ୍ୟ ପେଜକୁ ଆପଣ କ୍କିକ୍ କରିବାମାତ୍ରେ ପ୍ରଥମେ ଗୁଗୁଲର କଭର ପେଜରେ ଏକ ସୁନ୍ଦର ଆନମିନେସନ୍ ଦେଖିବାକୁ ପାଇବେ । ଯେଉଁଥିରେ ଗୁଗୁଲ ଲେଖାଥିବା ପ୍ରତିଛବିରେ କିଛି ଗ୍ରାଫିକ୍ସ ଆନିମନେସନ୍ ଜରିଆରେ ଉଭୟ ବୋଲିଂ-ବ୍ୟାଟିଂ ଓ ଫିଲ୍ଡଂ ଭଳି ଚିତ୍ର ଦେଖିବାକୁ ମିଳୁଛି । ଏବଂ ଏହା କେବଳ କ୍ରିକେଟ୍ ବିଶ୍ୱକପ ୨୦୧୯କୁ ପ୍ରୋତ୍ସାହନ କରିବ ତାହା ନୁହେଁ ଏହା ସମଗ୍ର ବିଶ୍ୱବାସୀଙ୍କ ମନରେ କ୍ରୀଡ଼ା ଭାବନାକୁ ଉତ୍ସାହିତ କରିବ ।