କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଦମଦାର ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଗତକାଲି ଲିଗ୍ ମ୍ୟାଚରେ ଦଳ ପାକିସ୍ତାନକୁ ପରାଜିତ କରିଛି । ବିରାଟ କୋହଲିଙ୍କ ଦମଦାର ଇଂନିସ ବଳରେ ଭାରତ ଏହି କରିସ୍ମା କରିଛି । ଯାହା ପରେ ସୋସିଆଲ୍ ମିଡିଆରେ ପାକିସ୍ତାନୀ ଫ୍ୟାନ୍ସଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ଏହି କ୍ରମରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ ମଧ୍ୟ ପାକିସ୍ତାନୀ ଫ୍ୟାନ୍ସଙ୍କ ମଜାକ୍ ଉଡାଇଛନ୍ତି ।
ଅସଲ କଥା ହେଉଛି, ସୁନ୍ଦର ପିଚାଇ ଦୀପାବଳିର ଶୁଭେଚ୍ଛା ଦେବାକୁ ଯାଇ ଗତକାଲିର ଭାରତ-ପାକିସ୍ତାନ ମ୍ୟାଚ୍ କଥା ଉଲ୍ଲେଖ କରିଥିଲେ । ଏହାର କମେଣ୍ଟରେ ଜଣେ ପାକିସ୍ତାନୀ ଫ୍ୟାନ୍ସ ସୁନ୍ଦର ପିଚାଇଙ୍କୁ ପ୍ରଥମ ତିନି ଓଭର ଦେଖିବାକୁ ପରାମର୍ଶ ଦେଇଥିଲା । ଯେଉଁଥିରେ କେ ଏଲ ରାହୁଲ ଆଉ ରୋହିତ ଶର୍ମା ଆଉଟ୍ ହୋଇଯାଇଥିଲେ । ତେବେ ସୁନ୍ଦର ପିଚାଇ କିନ୍ତୁ ମଜାଦାର ଢଙ୍ଗରେ ଏହି କମେଣ୍ଟର ଉତ୍ତର ଦେଇଥିଲେ ।
ସୁନ୍ଦର ପିଚାଇ ଏହି ଟୁଇଟର କମେଣ୍ଟରେ ପ୍ରତିଉତ୍ତର ଦେଇ କହିଥିଲେ । ଆଉ ଭୁବନେଶ୍ୱର କୁମାର ଆଉ ଅର୍ଶଦୀପଙ୍କ ବୋଲିଂ କଥା କହି ପାକିସ୍ତାନୀ ଫ୍ୟାନ୍ସଙ୍କ ମଜାକ୍ ଉଡାଇଥିଲେ ।ସୂଚନାଯୋଗ୍ୟ ଯେ, ଗତକାଲି ପାକିସ୍ତାନ ବିଶ୍ୱକପ୍ ଲିଗ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟିଂ କ୍ରମ ଭୁଷୁଡି ପଡିଥିଲା । ଏହାପରେ ୧୬୦ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ହେଲେ ଦଳର ଟପ୍-୪ ବ୍ୟାଟ୍ସମ୍ୟାନ୍ ଅଳ୍ପ ରନରେ ହିଁ ନିଜର ୱିକେଟ୍ ଫିଙ୍ଗିଥିଲେ । ଏହାପରେ କିନ୍ତୁ କୋହଲି-ପାଣ୍ଡ୍ୟା ଯୋଡି କମାଲ କରିବା ସହିତ ଭାରତକୁ ବିଜୟ ଭେଟି ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/Sundar-Pichai-Virat-Kohli-T20-World-Cup.jpg)