ହାପି ବାର୍ଥ ଡ଼େ’ ଗୁଗୁଲ୍ ! ୨୧ ବର୍ଷରେ ପାଦ ଥାପିଲା ସମସ୍ତଙ୍କ ପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ , ଡୁଡୁଲ୍ କରି ଏଭଳି ପାଳିଲା ଜନ୍ମଦିନ ।

305

ଦୁନିଆର ପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ କୁ ଆଜି ୨୧ ବର୍ଷ ପୁରିଛି । ଗୁଗୁଲ୍ କର୍ମଚାରୀ ଆଜି ୨୧ ତମ ଜନ୍ମଦିିନ ପାଳନ କରୁଛନ୍ତି । ଏହି ମଉକାରେ ଗୁଗୁଲ୍ ନିଜର ଡୁଡୁଲ୍ ପ୍ରସ୍ତୁତ କରି ଶୁଭକାମନା ଜଣାଇଛି । ଡୁଡୁଲ୍ ରେ ଗୁଗୁଲ୍ ନିଜର ଏକ ପୁରୁଣା କମ୍ପ୍ୟୁଟରକୁ ଦେଖାଇଛି । ଯେଉଁଥିରେ ସେହି ସମୟର ଏକ ପୁରୁଣା ସିପିୟୁ ,ମନିଟର୍ , କିବୋର୍ଡ ଏବଂ ମାଉସ୍ ରହିଛି । ଏହି ଫଟୋରେ ’୯୮ ୯ ୨୭’ (୨୭ ସେପ୍ଟେମ୍ବର ୧୯୯୮) ଲେଖାଥିବାର ମଧ୍ୟ ଦେଖାଯାଉଛି । ଆପଣଙ୍କୁ କହିରଖୁଛୁ ୧୯୯୮ ମସିହାରେ କମ୍ପ୍ୟୁଟରରେ ସ୍ନାତକ ପାଠ ପଢୁଥିବା ୨ ଜଣ ଛାତ୍ର ଲେରୀ ପେଜ୍ ଏବଂ ସର୍ଗେ ବ୍ରିନ୍ ଙ୍କୁ ଲାର୍ଜ ସ୍କେଲ୍ ର ସର୍ଚ୍ଚ ଇଞ୍ଜିନ୍ ପ୍ରସ୍ତୁତ କରିବାର ଉପାୟ ମୁଣ୍ଡକୁ ଜୁଟିଲା । ପିଏଚଡି ସମୟରେ ଦୁହିଁଙ୍କ ଏ ବିଷୟକୁ ନେଇ ପ୍ରୋଜେକ୍ଟ ଥିଲା । ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ରେ ଆଜି ଗୁଗୁଲ୍ ଦୁନିଆର ସବୁଠାରୁ ବଡ଼ ପ୍ଲାଟଫର୍ମ ହୋଇସାରିଛି ।

ଗୁଗୁଲ୍ ର ଜନ୍ମଦିନ ଅନେକ ସମୟରେ ପରିବର୍ତ୍ତନ ହୋଇଛି । ୨୦୦୫ ପର୍ଯ୍ୟନ୍ତ ଗୁଗୁଲ୍ ନିଜ ଜନ୍ମଦିନ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ପାଳନ କରି ଆସୁଥିଲା । ଏହାପରେ କିଛି ବର୍ଷ ପର୍ଯ୍ୟନ୍ତ କମ୍ପାନୀ ୮ ସେପ୍ଟେମ୍ବର ଏବଂ ୨୬ ସେପ୍ଟେମ୍ବରରେ ପାଳନ କରି ଆସୁଥିଲା । ନିକଟରେ କମ୍ପାନୀ ପୁଣି ସେପ୍ଟେମ୍ବର ୨୭ ତାରିଖରେ ଜନ୍ମଦିନ ପାଳନ କରିବାକୁୁ ନିଷ୍ପତ୍ତି ନେଲା ।

୧୦୦ ରୁ ଅଧିକ ଭାଷାରେ କରେ କାମ :

ଆଜିର ସମୟରେ ଗୁଗୁଲ୍ ସମସ୍ତଙ୍କ ମନପସନ୍ଦର ସର୍ଚ୍ଚ ଇଞ୍ଜିନ୍ ହୋଇପାରିଛି ଏବଂ ଏହା ୧୦୦ ରୁ ଅଧିକ ଭାଷାରେ କାମ କରିଥାଏ । ଗତ ୨୦ ବର୍ଷ ମଧ୍ୟରେ କମ୍ପାନୀ ସମସ୍ତଙ୍କୁ ପଛରେ ପକାଇ ସଫଳତା ଶୀର୍ଷରେ ପହଁଚିପାରିଛି ।