କନକ ବ୍ୟୁରୋ: ଇଣ୍ଡୋନେସିଆ ମୁକ୍ତି ଆନ୍ଦୋଳନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ଉପଲବ୍ଧିକୁ ନେଇ ଦିଲ୍ଲୀରେ ବିରଳ ଫଟୋ ଚିତ୍ର ପ୍ରଦର୍ଶନୀ । ଇଣ୍ଡୋନେସିଆବାସୀ ଆଜି ବି ବିଜୁ ବାବୁଙ୍କ ଅବଦାନକୁ କିଭଳି ମନେ ରଖିଛନ୍ତି ସେହି ଉଦ୍ଦେଶ୍ୟରେ ଏହି ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ନୂଆ ଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସରେ ଆୟୋଜିତ ପ୍ରଦର୍ଶନୀରେ ଯୋଗ ଦେଇଛନ୍ତି ବିଜୁ ବାବୁଙ୍କ ବଡ ପୁଅ ପ୍ରେମ ପଟ୍ଟନାୟକ ଓ ନାତି ଅରୁଣ ପଟ୍ଟନାୟକ ।
ତେବେ ଏହି ଅବସରରେ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ସାକ୍ଷାତାକାର ଦେଇ ପ୍ରେମ ପଟ୍ଟନାୟକ କହିଛନ୍ତି, ଇଣ୍ଡୋନେସିଆ ପାଇଁ ବିଜୁ ବାବୁଙ୍କ ଅବଦାନରେ ଆମେ ଗର୍ବିତ । ସେପଟେ ରାଜନୀତିରେ ପ୍ରବେଶ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ଅରୁଣ ପଟ୍ଟନାୟକ । ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ପୁତୁରା ଅରୁଣ ହେବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ନୀରବ ରହିଛନ୍ତି ଅରୁଣ ପଟ୍ଟନାୟକ ।
ଏଠାରେ ଆମେ କହିରଖୁଛୁ କି, କିଛିଦିନ ତଳେ ବିଜୁ ଜନତା ଦଳର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ପୁତୁରା ଅରୁଣ ପଟ୍ଟନାୟକଙ୍କୁ ରାଜନୀତିକୁ ଆଣିବା ପାଇଁ ନବୀନ ସାଧାରଣ ନିର୍ବାଚନରେ ଦୁଇ ଦୁଇଟି ଆସନରୁ ଲଢୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ରାଜନୀତିରେ ପ୍ରବେଶ ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ନବୀନଙ୍କ ପୁତୁରା । ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ପୁତୁରା ଅରୁଣ ହେବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବା ବେଳେ ଅରୁଣ ପଟ୍ଟନାୟକ ଏନେଇ ନୀରବ ରହିଛନ୍ତି ।