ଜିଓ-ଗୁଗୁଲ ଲଞ୍ଚ କରିବେ ସ୍ମାର୍ଟ ଫୋନ ‘ଜିଓ ଫୋନ ନେକ୍ସଟ’ । ସେପ୍ଟେମ୍ବର ୧୦ରେ ବଜାରରେ ହେବ ଉପଲବ୍ଧ । ସେପଟେ ୫ଜି ସେବା ପାଇଁ ରିଲାଏନ୍ସ ପ୍ରସ୍ତୁତ

474

କନକ ବ୍ୟୁରୋ: ରିଲାଏନ୍ସ କମ୍ପାନୀ ଆଜିର ତାର ୪୪ତମ ବାର୍ଷିକ ବୈଠକ ଆୟୋଜନ କରୁଛି । ଏହି ଅବସରରେ ମୁକେଶ ଅମ୍ବାନୀ କିଛି ବଡ ଘୋଷଣା କରିଛନ୍ତି । ଗୁଗୁଲ ଓ ଜିଓ ମିଳିତ ଭାବେ ଏକ ସ୍ମାର୍ଟ ଫୋନ ଲଞ୍ଚ କରିଛନ୍ତି । ଯାହାର ନାଁ ହେଉଛି ଜିଓ ଫୋନ ନେକ୍ସଟ । ଏହି ଫୋନ ଦୁନିଆର ସବୁଠାରୁ ଶସ୍ତା ଫୋନ ବୋଲି ସେ ଦାବି କରିଛନ୍ତି ।

ଜିଓ ଫୋନ ନେକ୍ସଟ ଏକ ଫିଚର ସ୍ମାର୍ଟ ଫୋନ । ଏଥିରେ ଗୁଗୁଲ ଓ ଜିଓର ସମସ୍ତ ଆପ୍ଲିକେସନ ମିଳିବ । ଏହି ଫୋନରେ ଭଏଶ ଆସିଷ୍ଟାଣ୍ଟ ଓ ଲାଙ୍ଗୁଏଜ ଟ୍ରାନ୍ସଲେସନର ଫିଚର ମଧ୍ୟ ମିଳିବ । ଏହି ଫୋନ ସେପ୍ଟେମ୍ବର ୧୦ରେ ଭାରତରେ ଲଞ୍ଚ କରିବ । ଭାରତ ଛଡା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଏହି ଫୋନ ଲଞ୍ଚ କରିବ ।

ଏହାସହ ଭାରତରେ ୫ଜି ସେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି ରିଲାଏନ୍ସ । ଦେଶରେ ୫ଜି ସେବା ଆରମ୍ଭ କରିବାକୁ ପୂର୍ବରୁ ଘୋଷଣା କରିଥିଲା ରିଲାଏନ୍ସ । ତେବେ ଏନେଇ କାମ ଆରମ୍ଭ କରାଯିବ ବୋଲି କମ୍ପାନୀ ଘୋଷଣା କରିଛି ।