କନକ ବ୍ୟୁରୋ : ଜାତୀୟ ରାଜପଥ ୪୯ର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ କେନ୍ଦୁଝର କାଇପୁର ପୋଲ ତଳକୁ ଖସି ପିଡ଼ିବାରୁ ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କର ଘଟଣା ସ୍ଥଳରର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଏକ ମାଲ ବୋଝେଇ ଟ୍ରକ କଲିକତାରୁ ସମ୍ବଲପୁର ଅଭିମୁଖେ ଜାତୀୟ ରାଜପଥ ୪୯ ରେ ଯାଉଥିବାବେଳେ ସଦର ଥାନା ସୁଆକାଟି ନିକଟ କାଇପୁର ଠାରେ ଥିବା ପୋଲ ତଳେ ଟ୍ରକଟି ଖସି ପିଡ଼ିଟିଥିଲା । ଫଳରେ ଟ୍ରକର ଡ୍ରାଇଭର ଏବଂ ହେଲପର ସେଠାରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ପୋଲିସ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ଡ୍ରାଇଭର ଏବଂ ହେଲପର ପରିଚୟ ମିଳିନାହିଁ ।

Advertisment