କନକ ବ୍ୟୁରୋ: ମଞ୍ଚେଶ୍ୱର ରେଲୱେ ଷ୍ଟେସନ ଲେବୁଲ କ୍ରସିଂରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ୮ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାପରେ ଏହି ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ଠପ୍ ହୋଇଛି। ରେଲୱେ ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି। ଲଗାତାର କିଛି ଦିନ ହେବ ଏଭଳି ଟ୍ରେନ ଲାଇନଚ୍ୟୁତ ହେବା ଘଟଣା ଚିନ୍ତା ବଢାଇଛି।
ମଞ୍ଚେଶ୍ୱର ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ; ବିଳମ୍ବିତ ରାତିରେ ଟ୍ରାକରୁ ଖସିଲା ୮ଟି ବଗି
Advertisment
Follow Us