କଟକ ଶିଖରପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ଲେବଲ କ୍ରସିଂ ନିକଟରେ ଧାରଣାରୁ ଖସିଲା ବଗି : ଭଦ୍ରକରୁ ଖୋର୍ଦ୍ଧା ଯିବା ବେଳେ ଦୁର୍ଘଟଣା

Advertisment
କଟକ ଶିଖରପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ଲେବଲ କ୍ରସିଂ ନିକଟରେ ଧାରଣାରୁ ଖସିଲା ବଗି : ଭଦ୍ରକରୁ ଖୋର୍ଦ୍ଧା ଯିବା ବେଳେ ଦୁର୍ଘଟଣା

କନକ ବ୍ୟୁରୋ : କଟକରେ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ଏକ ମାଲବାହୀ ଟ୍ରେନ । କଟକ ଶିଖରପୁର ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଶିଖରପୁର ଲେବଲ କ୍ରସିଂ ନିକଟରେ ଧାରଣାରୁ ଖସିଲା ବଗି । ଟ୍ରେନ୍ ଟି ଭଦ୍ରକରୁ ଖୋର୍ଦ୍ଧା ଯିବା ବେଳେ ଏହି ଦୁର୍ଘଟଣା ଘଟି ଥିବା ସୂଚନା ମିଳିଛି ।publive-image

ଦୁର୍ଘଟଣାରେ କୌଣସି କ୍ଷତି ଘଟି ନଥିବା ଜଣାପଡିଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ରେଲୱ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଭଳି ଟ୍ରେନଟି ଲାଇନଚ୍ୟୁତ ହେଲା ତାହା ଜଣାପଡିନାହିଁ । ଗତ ଜାନୁଆରୀ ମାସରେ ମଧ୍ୟ କଟକ ନିର୍ଗୁଣ୍ଡି ନିକଟରେ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିଲେ ।publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe