କନକ ବ୍ୟୁରୋ : କଟକରେ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ଏକ ମାଲବାହୀ ଟ୍ରେନ । କଟକ ଶିଖରପୁର ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଶିଖରପୁର ଲେବଲ କ୍ରସିଂ ନିକଟରେ ଧାରଣାରୁ ଖସିଲା ବଗି । ଟ୍ରେନ୍ ଟି ଭଦ୍ରକରୁ ଖୋର୍ଦ୍ଧା ଯିବା ବେଳେ ଏହି ଦୁର୍ଘଟଣା ଘଟି ଥିବା ସୂଚନା ମିଳିଛି ।/kanak/media/post_attachments/wp-content/uploads/2020/09/WhatsApp-Image-2020-09-16-at-12.53.31-PM-300x138.jpeg)
ଦୁର୍ଘଟଣାରେ କୌଣସି କ୍ଷତି ଘଟି ନଥିବା ଜଣାପଡିଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ରେଲୱ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଭଳି ଟ୍ରେନଟି ଲାଇନଚ୍ୟୁତ ହେଲା ତାହା ଜଣାପଡିନାହିଁ । ଗତ ଜାନୁଆରୀ ମାସରେ ମଧ୍ୟ କଟକ ନିର୍ଗୁଣ୍ଡି ନିକଟରେ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିଲେ ।/kanak/media/post_attachments/wp-content/uploads/2020/09/WhatsApp-Image-2020-09-16-at-12.53.31-PM-1-300x138.jpeg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/22-15.jpg)