ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଦୁଇଟି ବଗିରେ ନିଆଁ ଲାଗିବାରୁ ସୋର ଷ୍ଟେସନରେ ଅଟକିଲା ଟ୍ରେନ ।

206

କନକ ବ୍ୟୁରୋ: ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ସୋର ରେଳ ଷ୍ଟେସନରେ ମାଲବାହୀ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ଟ୍ରେନ୍ଟି ଭଦ୍ରକରୁ ଖଡ଼ଗପୁର ଯାଉଥିବା ବେଳେ ନିଆଁ ଲାଗିଯାଇଥିଲା । ନିଆଁ ଲାଗୁଥିବା ଦେଖି ଷ୍ଟେସନ ମାଷ୍ଟରକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପରେ ଅଗ୍ନିଶମ ବିଭାଗର ଏକ ଟିମ୍ ଷ୍ଟେସନରେ ପହଞ୍ଚି ଚଳନ୍ତା ଟ୍ରେନରେ ନିଆଁ  ଆୟତ୍ତ କରିଥିଲା । ଆଉ ପରବର୍ତ୍ତୀ ସମୟରେ ଟ୍ରେନଟି ଷ୍ଟେସନ୍ ଛାଡ଼ି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।