କନକ ବ୍ୟୁରୋ : ରାସ୍ତା ଉପରେ ବହୁଛି ପାଣି । ପାଣିର ସ୍ରୋତ ଏତେ ପ୍ରବଳ ଯେ, ରାସ୍ତ ଉପରୁ ଭାସିଗଲା ମାଲ ବୋଝେଇ ଟ୍ରାକ୍ଟର । ଏ ଦୃଶ୍ୟ ଆସିଛି ବାଲେଶ୍ୱର ଜିଲ୍ଲାରୁ । ବାଲେଶ୍ୱର ଜିଲ୍ଲାର ତଳିଆ ଅଂଚଳ ଏବେ ବି ଜଳମଗ୍ନ ହୋଇ ରହିଛି । ସଦର ବ୍ଲକର ବାହାବଳପୁର ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି ।
ରାସ୍ତାଟି ସମ୍ପୂର୍ଣ୍ଣ ବୁଡି ରହିଥିବା ବେଳେ ଟ୍ରାକ୍ଟରଟିକୁ ରାସ୍ତାପାର କରାଇବା ପାଇଁ ଉଦ୍ୟମ କରିଥିଲେ ଡ୍ରାଇଭର । ସ୍ଥାନୀୟ ଲୋକଙ୍କ ବାରଣ ସତ୍ୱେ ଡ୍ରାଇଭର ଗାଡିକୁ ଆଗକୁ ନେଇଥିଲେ । ଅଳ୍ପ କିଛି ବାଟ ଯିବା ପରେ ଟ୍ରାକ୍ଟରଟି ପାଣି ସ୍ରୋତରେ ଭାସି ଯାଇ, ସମ୍ପୂର୍ଣ୍ଣ ବୁଡି ଯାଇଛି । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/22-24.jpg)