ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ ୧ଲକ୍ଷ ୨ ହଜାର କୋଟି ଜିଏସଟି ସଂଗ୍ରହ

Advertisment
ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ ୧ଲକ୍ଷ ୨ ହଜାର କୋଟି ଜିଏସଟି ସଂଗ୍ରହ

କନକ ବ୍ୟୁରେ : ଦେଶର ସବୁକ୍ଷେତ୍ରରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । କୃଷି ଠାରୁ ଶିଳ୍ପ ସବୁଠି କମିଛି ଉତ୍ପାଦନ । ଲକଡାଉନ୍ ଓ ସଟଡାଉନ୍ ପାଇଁ କମିଛି ବେପାର । ଏହାସହ ଲୋକମାନଙ୍କର ରୋଜଗାର କମୁଥିବାରୁ କ୍ରୟ କ୍ଷମତା ମଧ୍ୟ ହ୍ରାସ ପାଇଛି । ଏହି କ୍ରମରେ ମେ ମାସରେ ମୋଟ ୧ଲକ୍ଷ ୨ ହଜାର କୋଟି ଜିଏସଟି ସଂଗ୍ରହ ହୋଇଥିବା କଥା କୁହାଯାଇଛି ।

କହିରଖୁ କି କରୋନା ମହାମାରୀ ଭିତରେ ବି ଏପ୍ରିଲ ମାସରେ ଦେଶରେ ଜିଏସଟି ସଂଗ୍ରହ ରେକର୍ଡ ଛୁଇଁଥିଲା । ହେଲେ ମେ ମାସରେ ୧ ଲକ୍ଷ କୋଟି ଜିଏସଟି  ସଂଗ୍ରହ ହେବାକୁ ନେଇ ଚିନ୍ତାରେ ସରକାରଙ୍କ ଅର୍ଥ ବ୍ୟବସ୍ଥା ।

ମେ’ ମାସରେ ସଂଗ୍ରହ ହୋଇଥିବା ୧,୦୨,୭୦୯ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୧୭,୫୯୨ କୋଟି, ରାଜ୍ୟ ଜିଏସଟି ଟ. ୨୨,୬୫୩ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୫୩,୧୯୯ କୋଟି ଟଙ୍କା ଓ ସେସ ୯୨୬୫ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ଗତ ଏପ୍ରିଲମାସରେ ଦେଶର ଜିଏସଟି ଆଦାୟ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟିରେ ପହଞ୍ଚିଥିଲା । ମାତ୍ର କରୋନା ମହାମାରୀ ଓ ଲକଡାଉନ ଯ଼ୋଗୁଁ ମେ ମାସରେ ଜିଏସଟି ଆଦାୟ ପ୍ରାୟ ୨୩ ପ୍ରତିଶତ ହ୍ରାସ ପାଇଛି । ତେବେ ଏହା ଜିଏସଟିର ପ୍ରାରମ୍ଭିକ ଆକଳନ । କାରଣ କ୍ଷୁଦ୍ର ବ୍ୟବସାୟୀ ଅର୍ଥାତ୍ ଯ଼େଉଁମାନଙ୍କର ବାର୍ଷିକ କାରବାର ୫ କୋଟିରୁ କମ ସେମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଜୁଲାଇ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ବୃଦ୍ଧି କରାଯ଼ାଇଛି ।ଏଣୁ ମେ ମାସରେ ଜିଏସଟି ସଂଗ୍ରହରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାମିଲ କରାଯ଼ାଇନାହିଁ ।ଏଣୁ ଜୁଲାଇ ପ୍ରଥମ ସପ୍ତାହ ପରେ ହିଁ ମେ ମାସରେ ପ୍ରକୃତ ଜିଏସଟି ରାଜସ୍ବ ପରିମାଣ ଜଣାପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe