ରିଲିଜ୍ ପରେ ବଦଳି ବାତିଲ । ଜୟପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି କାହାଣୀକୁ ନେଇ ସାରା ଅଂଚଳରେ ଚର୍ଚ୍ଚା

2,568

କନକ ବ୍ୟୁରୋ : ଯୁବ ଅଫିସର ସିଦ୍ଧାର୍ଥ ପଟ୍ଟନାୟକ । ନିଜର କାର୍ଯ୍ୟଦକ୍ଷତାକୁ ନେଇ ୨ ବର୍ଷ ଭିତରେ ଅନେକ ଲୋକ ପ୍ରୀୟତା ସାଉଁଟିଛନ୍ତି । ସହରର ବିକାଶ କାମକୁ ଆଗକୁ ନେବା ଓ ଲୋକଙ୍କ ସୁଖଦୁଃଖ ବୁଝୁଥିବା ଅଫିସର ଜଣେ । ତେଣୁ ନିଜ ଅଂଚଳରୁ ଏମିତି ବାବୁଙ୍କୁ ଛାଡିବା ପାଇଁ ଚାହିଁଲେ ନାହିଁ ସ୍ଥାନୀୟ ବାସିନ୍ଦା । ତେଣୁ ବହୁ ଛକାପଂଝା ଭିତରେ ଜାନୁଆରୀ ୨୫ରେ ଆସିଥିବା ବଦଳି ନିର୍ଦେଶ ଜାନୁଆରୀ ୩୧ରେ ବାତିଲ କରାଯାଇଛି । ପୁଣି ସେହି ପୁରୁଣା ଚୌକିରେ ବସିଛନ୍ତି ଜୟପୁର ପୌରପାଳିକାର କାର୍ଯ୍ୟ ନିର୍ବାହି ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ।

ସ୍ଥାନୀୟ ଲୋକ କହିଛନ୍ତି, ବହୁ ଦିନ ପରେ ଜୟପୁର ପୌରପାଳିକାକୁ ଜଣେ ଉତମ ଅଧିକାରୀ ମିଳିଛି । ରାଜ୍ୟ ସରକାରଙ୍କ ଯୋଜନାକୁ ଠିକ ରୁପାୟନ କରୁଛନ୍ତି । ତାଙ୍କୁ ରାଜନୀତି ଜାଲରେ ଛନ୍ଦିଦେବା ଠିକ ନୁହେଁ ବୋଲି କହିଛନ୍ତି ଜୟପୁରବାସୀ । ୨୦୨୨ ଜାନୁଆରୀରେ ଜୟପୁର ପୌର ନିର୍ବାହି ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ ସିଦ୍ଧର୍ଥ । ଏବେ ଗତମାସରେ ତାଙ୍କୁ ଭଂଜନଗର ବିଡ଼ିଓ ଭାବେ ବଦଳି କରାଯାଇଥିଲା ।

ବଦଳି, ରିଲିଜ ଓ ବାତିଲ ଘଟଣାକ୍ରମକୁ ନେଇ ସହରବାସୀ ଆଶ୍ଚଯ୍ୟ ପ୍ରକାଶ କରିଥିବା ବେଳେ ଏହା ପଛରେ କାହାର ହାତ ରହିଛି । ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ହେବା ସ୍ୱଭାବିକ ।