ମୋଦୀଙ୍କ ହାଟିକ ବିଜୟ ପରେ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆମେରିକା, ଋଷ, ଚୀନ, ବ୍ରିଟେନ, ଜାପାନ ସହ ୫୦ରୁ ଅଧିକ ଦେଶର ନେତା ଜଣାଇଲେ ଅଭିନନ୍ଦନ

127

କନକ ବ୍ୟୁରୋ : ମୋଦୀଙ୍କ ହାଟିକ ବିଜୟ ପରେ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ୟୁରୋପ, ଏସିଆ, ଆଫ୍ରିକା ମହାଦେଶର ଅନେକ ଦେଶର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକା, ୠଷ, ଚୀନ, ବ୍ରିଟେନ, ଜାପାନ, ଜର୍ମାନୀ, ଇସାଏଲ, ୟୁକ୍ରେନ ସମେତ ୫୦ରୁ ଅଧିକ ଦେଶର ନେତା ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ସହ ଦିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଅଧିକାଂଶ ଦେଶ ଆଗ୍ରହୀ ଥିବା ନେଇ ସବୁ ଦେଶ ଆଶାୟୀ ଥିବା ନେଇ ବୟାନ ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁଭେଚ୍ଛା ଜଣାଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱର ସମ୍ପର୍କ ଭବିଷ୍ୟତରେ ଆହୁରି ବୃଦ୍ଧି ପାଇବ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ୟୁକେ ଏବଂ ଇଣ୍ଡିଆର ଘନିଷ୍ଠ ବନ୍ଧୁତ୍ୱ ଆଗାମୀ ଦିନରେ ଉନ୍ନତି କରିବ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବିଶ୍ୱର ବଡ ନିର୍ବାଚନରେ ବିଜୟୀ ହୋଇଥିବାରୁ ମୋଦୀଙ୍କୁ ସୁଭେଚ୍ଛା ଜଣାଇବା ସହ ଦୁଇ ଦେଶର ସହଭାଗିତା ଉଭୟ ଦେଶକୁ ଶଶକ୍ତ କରିବ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନିତ୍ୟାନେହୁ କହିଛନ୍ତି, ଦୁଇ ଦେଶର ବନ୍ଧୁତା ନୂଆ ଶିଖର ଛୁଇଁବ ।