ଅସହାୟଙ୍କ ପାଇଁ ଦେବଦୂତ ଅନୀଲ ମହାନ୍ତ...ଫୋନ କଲେ ଆମ୍ବୁଲାନ୍ସ ଧରି ହୋଇଯାଆନ୍ତି ହାଜର...ଦୁର୍ଘଟଣା ହେଉ କି ପ୍ରସବ ବେଦନା ନିଜ ଗାଡିରେ ବୋହି ନିଅନ୍ତି ଡାକ୍ତରଖାନା...ଏଯାବତ୍ ବଞ୍ଚାଇଲେଣି ୧୦ହଜାର ରୋଗୀଙ୍କ ଜୀବନ

ଅସହାୟଙ୍କ ପାଇଁ ଦେବଦୂତ ଅନୀଲ ମହାନ୍ତ...ଫୋନ କଲେ ଆମ୍ବୁଲାନ୍ସ ଧରି ହୋଇଯାଆନ୍ତି ହାଜର...ଦୁର୍ଘଟଣା ହେଉ କି ପ୍ରସବ ବେଦନା ନିଜ ଗାଡିରେ ବୋହି ନିଅନ୍ତି ଡାକ୍ତରଖାନା...ଏଯାବତ୍ ବଞ୍ଚାଇଲେଣି ୧୦ହଜାର ରୋଗୀଙ୍କ ଜୀବନ

କନକ ବ୍ୟୁରୋ: #୯୩୩୭୫୭...। ନିର୍ଦ୍ଦିଷ୍ଟ ଏକ ମୋବାଇଲ୍ ନମ୍ବରରେ ଫୋନ୍ କଲେ ହାଜର ହୋଇଯା’ନ୍ତି ସେ। ଦୁର୍ଘଟଣା ହେଉ କି, ପ୍ରସବ ବେଦନା ଅବା ଗୁରୁତର ଅସୁସ୍ଥତା, ନିଜ ଆମ୍ବୁଲାନ୍ସରେ ବୋହି ଡାକ୍ତରଖାନାରେ ପହଞ୍ଚାନ୍ତି। ଏହିଭଳି ଭାବେ ସେ ୧୦ହଜାର ରୋଗୀଙ୍କ ଜୀବନ ବଞ୍ଚାଇ ସାରିଲେଣି। ତାଙ୍କରି ଏହି ସହାୟତା ଯୋଗୁ ୩ ଶହରୁ ଅଧିକ ମହିଳା ସୁରୁଖୁରୁରେ ପ୍ରସବ କରିପାରିଛନ୍ତି। ମାନବ ସେବା ପାଇଁ ସମର୍ପିତ ଏହି ବ୍ୟକ୍ତି ଜଣକ ହେଉଛନ୍ତି ମୟୂରଭଞ୍ଜର ଅନୀଲ ମହାନ୍ତ।

publive-image

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ବୁଢ଼ୀଖମାରୀ ପଞ୍ଚାୟତ ଯୋକା ଗ୍ରାମର ଅନୀଲ ପେସାରେ ଜଣେ ଫାର୍ମାସିଷ୍ଟ। ୨୦୧୩ ମାର୍ଚ୍ଚ ମାସରୁ ନକ୍ସଲପ୍ରବଣ କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ୫୨୦୦ ଟଙ୍କାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ନିଜ ଜିଲ୍ଲା ମୟୂରଭଞ୍ଜକୁ ବଦଳି ହୋଇ ଆସିଥିଲେ। ଏବେ ୯ ହଜାର ଟଙ୍କା ପାଉଥିଲେ ବି ସ୍ବଳ୍ପଦରମା ତାଙ୍କୁ କେବେ କର୍ତ୍ତବ୍ୟରୁ ବିଚ୍ୟୁତ କରିପାରିନାହିଁ। ବର୍ତ୍ତମାନ ବାଙ୍ଗିରିପୋଷି ଡାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଭାବେ କାର୍ଯ୍ୟରତ ଅନୀଲ ସ୍ଥାନୀୟ ଅଞ୍ଚଳରେ କୌଣସି ଦୁର୍ଘଟଣା, ପ୍ରସବ ବେଦନା ପାଉଥିବା ମହିଳା, ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି।

publive-image

ଆଜି ପର୍ଯ୍ୟନ୍ତ ଅନୀଲ ନିଜ ଆମ୍ବୁଲାନ୍ସରେ ପ୍ରାୟ ୧୦ ହଜାର ରୋଗୀଙ୍କ ଜୀବନ ବଞ୍ଚାଇଥିବା ବେଳେ ନିଜ ହାତରେ ୩ ଶହରୁ ଅଧିକ ମହିଳାଙ୍କର ପ୍ରସବ କରାଇଛନ୍ତି। ଦୁର୍ଗମ ରାସ୍ତାରେ ଆମ୍ବୁଲାନ୍ସ ଯାଇ ନ ପାରିଲେ ନିଜେ ଷ୍ଟ୍ରେଚରରେ ରୋଗୀ ବୋହିଛନ୍ତି। ଆବଶ୍ୟକ ବେଳେ ରକ୍ତ ଦେଇ ରୋଗୀଙ୍କ ଜୀବନ ବି ବଞ୍ଚାଇଛନ୍ତି। ନିଜର ଏଭଳି ନିଆରା କାମ ପାଇଁ ଅନୀଲ ସ୍ଥାନୀୟ ଅଞ୍ଚଳରେ ଜଣେ ପ୍ରଶଂସିତ ବ୍ୟକ୍ତିତ୍ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe