କନକ ବ୍ୟୁରୋ: ସେବା ପାଇଁ ସମ୍ମାନୀତ ହେବେ ସବ୍ୟସାଚୀ । ଭାରତ ସ୍କାଉଟ୍ ଓ ଗାଇଡ୍ ଫେଲୋସିପ୍ ଓଡିଶା ଶାଖା ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ପ୍ରଦାନ କରାଯିବ । କୋଭିଡ୍ କଟକଣା ସମୟରେ ପ୍ରବାସୀ ଓଡିଆ ତଥା ଦୁଃସ୍ତଙ୍କ ସହାୟତା ପାଇଁ ସେ କରିଥିବା ସେବା କାର୍ଯ୍ୟକୁ ଗୁରୁତ୍ୱ ଦେଇ ସବ୍ୟସାଚୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଓଡିଶା ରାଜ୍ୟ ସ୍କାଉଟ୍ ଓ ଗାଇଡ୍ ଫେଲୋସିପ୍ର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ନିଆଯିବା ସହ ସବ୍ୟସାଚୀଙ୍କୁ ଏହି ସମ୍ମାନ ଦେବା ପାଇଁ ନିଷ୍ପତି ନିଆଯାଇଛି ।
ସେହିପରି କର୍ଣ୍ଣାଟକ ରାଜ୍ୟ ଓ ଜାତୀୟ ସ୍କାଉଟ ଓ ଗାଇଡ୍ ଫେଲୋସିପ୍ର ସଭାପତି ସଭାପତି ଏମଏକେ ମିକିଙ୍କୁ ଚଳିତ ବର୍ଷର ଲାଲବାହାଦୂର ଶାନ୍ତି ଦୂତ ସମ୍ମାନ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି । ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ପାଇବା ଘୋଷଣା ହେବା ପରେ ଏଭଳି ସେବା କାମ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସବ୍ୟସାଚୀ ।