କନକ ବ୍ୟୁରୋ: ରୋଷେଇ ଗ୍ୟାସ ସିଲିଣ୍ଡର ଉପରେ ସରକାରଙ୍କ ପକ୍ଷରୁ ସବସିଡ ଦିଆଯାଇଥାଏ । ଆଉ ଏହି ସବସିଡ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ସେତେବେଳେ ଆସିଥାଏ , ଯେତେବେଳ ସେମାନେ ଏଲପିଜି ଗ୍ୟାସ୍ ବୁକ କରି ତାର ପେମେଂଟ କରିଥାନ୍ତି । କିନ୍ତୁ ଯଦି ଆପଣଙ୍କ ନିକଟରେ ବିନା ସବସିଡ ବାଲା ଗ୍ୟାସ୍ ସିଲିଣ୍ଡର ରହିଥାଏ ତେବେ ଆପଣଙ୍କୁ ସରକାରଙ୍କ ତରଫରୁ କୌଣସି ବି ସବସିଡ ମିଳିନଥାଏ । ଏଠାରେ ଆମେ କହି ରଖିବାକୁ ଚାହିଁବୁକି ଗୋଟିଏ ବର୍ଷରେ ୧୨ ଏଲପିଜି ସିଲିଣ୍ଡର ଉପରେ ସବସିଡ୍ ଦେଇଥାନ୍ତି ସରକାର ଆଉ ଏହି ସବସିଡ ରାଶି ପ୍ରତି ମାସରେ ଭିନ୍ନ ଭିନ୍ନ ହୋଇଥାଏ । ଏହାପରେ ଯଦି ଆପଣ ସିଲିଣ୍ଡର ନିଅନ୍ତି ତେବେ ଏହାକୁ ଆପଣଙ୍କୁ ବଜାର ମୂଲ୍ୟରେ କିଣିବାକୁ ପଡିବ ।
ବିନା ସବସିଡ ଏଲପିଜିରେ ବି ମିଳିବ ରିହାତି
ସବସିଡ ବିନା ବି ଗ୍ୟାସ ସିଲିଣ୍ଡର ଉପରେ ଉପଭୋକ୍ତାଙ୍କୁ ରିହାତି ମିଳିଥାଏ । ଯଦିଓ ସରକାରଙ୍କ ତରଫରୁ ଆପଣଙ୍କୁ ଏହି ସବସିଡ ନମିଳିପାରେ କିନ୍ତୁ ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ ଏବଂ ଭାରତ ପେଟ୍ରୋଲିୟମ ଭଳି ତୈ÷ଳ କଂପାନୀମାନେ ଏଭଳି ଗ୍ରାହକଙ୍କୁ ଅନଲାଇନ ପେମେଂଟ ଉପରେ ରିହାତି ପ୍ରଦାନ କରିଥାନ୍ତି । ତେବେ ଡିଜିଟାଲ ପେମେଂଟ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ଡିସକାଉଂଟ ପ୍ରଦାନ କରିଥାନ୍ତି । ତେବେ ତେଲ କଂପାନୀମାନେ ଏହି ରିହାତି କ୍ୟାସବ୍ୟାକ, ଇନଷ୍ଟାଂଟ ଡିସକାଉଂଟ, କୁପନ ଭଳି ତରିକାରେ ପ୍ରଦାନ କରିଥାନ୍ତି । ତେଣୁ ଯେତେବେଳେ ଆପଣ ଏଲପିଜି ସିଲିଣ୍ଡର ବୁକ କରୁଛନ୍ତି ସେତେବେଳେ ତାର ପେମେଂଟ କ୍ୟାସ୍ ବଦଳରେ ଡିଜିଟାଲରେ ହିଁ କରିବେ । ଯାହା ଫଳରେ ଆପଣ ଡିସକାଉଁଟର ସୁବିଧା ଉଠାଇପାରିବେ ।
କିଭଳି କରିବେ ଡିଜିଟାଲ ପେମେଂଟ୍?
ଗ୍ୟାସ ବୁକିଂ କଲା ପରେ ପେମେଂଟ ସମୟରେ ଆପଣ କ୍ୟାସ୍ ପରିବର୍ତ୍ତେ ଅନଲାଇନ ପେମେଂଟ ତଥା ପେଟିଏମ, ଫୋନପେ, ୟୁପିଆଇ, ଭିମ, ଗୁଗଲ ପେ ଭଳି ଡିଜିଟାଲ ପ୍ଲାଟଫର୍ମରୁ ହିଁ ପେମେଂଟ କରନ୍ତୁ । ଏହାଦ୍ୱାରା ତୈଳକଂପାନୀମାନେ ଆପଣଙ୍କୁ ଡିସକାଉଁଟ ଦେଇଥାନ୍ତି । ଏହଛଡା ଅନଲାଇନ ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ , ଇଂଟରନେଟ ବ୍ୟାଙ୍କିଂ , ମୋବାଇଲ ବ୍ୟାଙ୍କିଂ ଇତ୍ୟାଦି ଜରିଆରେ ମଧ୍ୟ ଆପଣ ଏହି ରିହାତିର ଫାଇଦା ଉଠାଇପାରିବେ ।