ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆସିବ ନୂଆ ଫିଚର୍ସ ।

349

କନକ ବ୍ୟୁରୋ : ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ସୋସିଆଲ ମିଡିଆର ଏକ ପ୍ରମୁଖ ଓ ଲୋକପ୍ରିୟ ମାଧ୍ୟମ ହ୍ୱାଟ୍ସଆପରେ କିଛି ନୂଆ ଫିଚର ଆସିବାକୁ ଯାଉଛି । ଏହି ନୂଆ ଇନବିଲ୍ଡ ମିଡିଆ ଫିଚରରେ ବ୍ୟବହାରକାରୀ ମାନେ ଦୁଇଟି ନୂଆ ଇମେଜ ଏଡିଟିଙ୍ଗ ଫିଚର ପାଇ ପାରିବେ । ଏଣିକି ବ୍ୟବହାରକାରୀ ମାନେ ହ୍ୱାଟ୍ସଆପରେ ଫଟୋ ସେୟାର କରିବା ପୁର୍ବରୁ ଫଟୋକୁ ଏଡିଟିଙ୍ଗ କରିପାରିବେ ।

ସେହିପରି ଫଟୋ ପଠେଇବା ପୁର୍ବରୁ ଫଟୋଟିକୁ ବ୍ଲୟର ମଧ୍ୟ କରିପାରିବେ । କେବଳ ଏତିକି ନୁହେଁ, ହ୍ୱାଟ୍ସଆପର ନୂଆ ଫିଚରରେ ଏନିମେଟେଡ ଇମୋଜି ମଧ୍ୟ ପଠାଯାଇପାରିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ଫିଚର ହ୍ୱାଟ୍ସଆପରେ ଉପଲବ୍ଧ ହୋଇନାହିଁ । ଏହା ଖୁବ ଶୀଘ୍ର ପ୍ରଥମେ ଆଇଓଏସ ଓ ପରେ ଅଣ୍ଡ୍ରୋଏଡ ପ୍ଲାଟଫର୍ମରେ ଆସିବାକୁ ଯାଉଛି ।