କନକ ବ୍ୟୁରୋ : ରାଜ୍ୟ ପାଇଁ ଭଲ ଖବର । ଗତ କିଛି ଦିନ ହେବ ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ସଂଖ୍ୟା । ଆଜି ରାଜ୍ୟରେ କମିଲା କରୋନା ସଂକ୍ରମଣର ଦୈନିକ ସଂଖ୍ୟା । ଗତ ୨୪ ଘଂଟାରେ ୩୭୮ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୧୯ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୫୯ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୮, ବଲାଙ୍ଗୀରରୁ ୨୨, କଟକରୁ ୨୪, ଖୋର୍ଦ୍ଧାରୁ ୩୭, ମୟୂରଭଂଜରୁ ୩୪, ସୁନ୍ଦରଗଡ଼ରୁ ୩୨, ନୂଆଁପଡ଼ାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୧୯ ହଜାର ୧୦୩ରେ ପହଂଚିଛି । କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ ଲକ୍ଷ ୧୨ ହଜାର ୬୫ ଜଣ । ଏବେବି କରୋନାରେ ଚିକିତ୍ସିତ ହେଉଛନ୍ତି ୫ ହଜାର ୨୪୧ଜଣ । ସେପଟେ ୨୪ ଘଂଟାରେ ରାଜ୍ୟରେ ଏହି ମହାମାରୀରେ ୫ଜଣଙ୍କ ଜୀବନ ଯାଇଛି । ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୧୭ଶହ ୪୯ରେ ପହଂଚିଛି ।