ଏସବିଆଇ ଗ୍ରାହକଙ୍କୁ ଦେଲା ଖୁସି ଖବର । ବଢିଲା ସୁଧ ହାର । ଜମା ଉପରେ ମୋଟାଅଙ୍କର ସୁଧ । ପଢନ୍ତୁ ପୂରା ଖବର …

395

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି । ନିଜ ଗ୍ରାହକଙ୍କ ପାଇଁ ବଲ୍କ ଟର୍ମ ଡିପୋଜିଟ( ୨ କୋଟିରୁ ଅଧିକ ଜମା) ଉପରେ ସୁଧ ହାରକୁ ୪୦ରୁ ୯୦ ବେସିସ ପଏଣ୍ଟ ବୃଦ୍ଧି କରିଛି । ନୂଆ ଦର ମେ ୧୦ ଅର୍ଥାତ ଆଜିଠାରୁ ଲାଗୁ ହୋଇଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ସଂଶୋଧିତ ଦର ନୂଆ ଡିପୋଜିଟ୍, ମ୍ୟାଚୁରିଟି ହୋଇଥିବା ରିନୁଆଲ ଉପରେ ଲାଗୁ ହେବ । ଏନଆରଓ ଟର୍ମ ଡିପୋଜିଟ ଉପରେ ସୁଧହାର ସମାନ ରହିବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିଜ ସାଇଟରେ ଏହା ଉପଲବ୍ଧ ହୋଇଛି । ଏହାର ସମସ୍ତ ସୂଚନା ଦିଆଯାଇସାରିଛି ।

୨ କୋଟିରୁ ଅଧିକ ଟଙ୍କାର ୫ରୁ ୧୦ ବର୍ଷ କିମ୍ବା ୩ରୁ ୫ ବର୍ଷର ସମୟ ପାଇଁ ୪.୫୦ ପ୍ରତିଶତର ସୁଧ ମିଳିବ । ଏହା ପୂର୍ବରୁ ୩.୬୦ ପ୍ରତିଶତର ସୂଧ ମିଳୁଥିଲା । ଏହା ହେବା ଦ୍ୱାର ବର୍ତ୍ତମାନ ୯୦ ବେସିସ ପଏଣ୍ଟର ବୃଦ୍ଧି ହୋଇଛି । ଏସବିଆଇର ୪୬ରୁ ୧୭୯ ଦିନ ଏବଂ ୧୮୦ରୁ ୨୧୦ର ବଲ୍କ ଡିପୋଜିଟ ଉପରେ ୩.୫ ପ୍ରତିଶତର ସୁଧ ଦେବ । ସେହିଭଳି ୨୧୧ ଦିନରୁ ଅଧିକ ଏକ ବର୍ଷରୁ କମ, ଏକ ବର୍ଷରୁ ଅଧିକ ୨ ବର୍ଷରୁ କମ ଫିକ୍ସ ଡିପୋଜିଟ ଉପରେ ଯଥାକ୍ରମେ ୩.୭୫ ପ୍ରତିଶତ, ୪ ପ୍ରତିଶତର ସୁଧ ମିଳିବ । ସେହିଭଳି ୭ ଦିନରୁ ୪୫ ଦିନର ଜମା ରାଶି ଉପରେ ପୂର୍ବ ଭଳି ୩ ପ୍ରତିଶତର ସୁଧ ମିଳିବ ।

୨ରୁ ୩ ବର୍ଷର ବଲ୍କ ଡିପୋଜିଟ ଉପରେ ୪.୨୫ ପ୍ରତିଶତ ସୁଧ ମିଳିବ । ପୂର୍ବରୁ ଏହା ୩.୬୦ ପ୍ରତିଶତ ରହିଥିଲା । ଏହା ଉପରେ ୬୫ ବେସିସ ପଏଣ୍ଟ ବୃଦ୍ଧି ହୋଇଛି । ଅନ୍ୟପଟେ ୧ରୁ ୨ ବର୍ଷର ଏଫଡି ଉପରେ ବ୍ୟାଙ୍କ ୪ ପ୍ରତିଶତ ସୁଧ ଦେବ । ଏଥିରେ ୪୦ ବେସିସ ପଏଣ୍ଟର ବୃଦ୍ଧି ହୋଇଛି । ଜମା ଉପରେ ମନିଟାରୀ ପଲିସି କମିଟି ଦ୍ୱ୍ାରା ରେପୋ ରେଟ୍ ୪୦ ବେସିସ ପଏଣ୍ଟ ବଢାଯାଇଛି ।  ୪.୪୦ ପ୍ରତିଶତ ବୃଦ୍ଧି କରାଯିବା ପରେ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଉଛି ।

ଆରବିଆଇର ବଡ ନିଷ୍ପତ୍ତି ପରେ ବନ୍ଧନ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ଜମା ଉପରେ ସୁଧ ହାରରେ ବୃଦ୍ଧି କରିଥିଲେ ।