କନକ ବ୍ୟୁରୋ: ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର । ସାହାରାର ଜମାକାରୀ ଫେରିଫାଇବେ ନିଜର ଫସିରହିଥିବା ଟଙ୍କା । ସୁପ୍ରିମକୋର୍ଟ ସାଧାରଣ ଜନସାଧାରଣ ଯେଉଁମାନେ ନିଜର ସଞ୍ଚିତ ତଥା ଉପାର୍ଜିତ ଧନକୁ ସାହାରା କମ୍ପାନୀରେ ନିବେଶ କରିଥିଲେ ସେମାନେ ଏବେ ଟଙ୍କା ଫେରିପାଇବାର ଆଶା ଜନ୍ମିଛି । ସେବି ନିକଟରେ ସଞ୍ଚି ୨୪ ହଜାର କୋଟି ଟଙ୍କା ମଧ୍ୟରୁ ୫ ହଜାର କୋଟି ଫେରାଇଦିଆଯିବ ।

Advertisment

ଜଷ୍ଟିସ ଏମ୍ ଆର୍ ଶାହା ଓ ଜଷ୍ଟିସ୍ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, ସାହାରା ଗ୍ରୁପ ଦ୍ୱାରା ଠକେଇର ଶିକାରୀ ହୋଇଥିବା ଜମାକାରୀଙ୍କୁ ଏହି ଅର୍ଥ ବଣ୍ଟାଯିବ । ଏହି ସଂକ୍ରାନ୍ତରେ ଏକ ଆବେଦନର ଶୁଣାଣି କରି ଏହି ନିଷ୍ପତିକୁ ଶୁଣାଇଛନ୍ତି ସବୋର୍ଚ୍ଚ ନ୍ୟାୟାଳୟ । ଦୀର୍ଘ ବର୍ଷ ଧରି ଲୋକଙ୍କ ପଇସା ଫସିରହିଛି । ଯାହାଫଳରେ ଲୋକମାନେ ମାନସିକ ଚିନ୍ତା ଦେଇ ଗତି କରୁଛନ୍ତି । କାରଣ ସାହାରାରେ ଲକ୍ଷ ଲକ୍ଷ ଲୋକ ନିଜ ସଞ୍ଚିତ ଧନକୁ ନିବେଶ କରିଛନ୍ତି । ଆଉ ଏବେ ଏହି ନିଷ୍ପତି ସେହି ଜମାକାରୀମାନଙ୍କୁ ଆଶ୍ୱସ୍ତି ଦେଇଛି ।