ନଭେମ୍ବର ୨୦ରେ ଭାରତ ଫେରିବ ‘ପବଜୀ’ । ପୁଣି ଦିନ-ରାତି ହେବ ଚିକେନ୍ ଡିନର, ବ୍ୟାଟେଲ୍ ଗ୍ରାଉଣ୍ଡରେ ବର୍ଷିବ ବୋମା-ଗୁଳି ।

1,077

କନକ ବ୍ୟୁରୋ : ୨୦ରେ ଆସିବ ପବଜି । ପ୍ଲେ ଷ୍ଟୋରରୁ କରିପାରିବେ ଡାଉନଲୋଡ୍ । ନୂଆ ରୂପରେ ଭାରତକୁ ଫେରୁଛି ପବଜି । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ପୁଣି ଥରେ ମୋବାଇଲରେ ଚାଲିବ ପବଜିର ଜଲୱା ।

ୱିନର ୱିନର, ଚିକେନ୍ ଡିନର । ଭାରତୀୟ ବ୍ୟାଟେଲଗ୍ରାଉଣ୍ଡରେ ପୁଣି ଚାଲିବ ପବଜିର ରାଜ୍ । ପୁଣି ଯୁବବର୍ଗଙ୍କୁ ପାଗଳ କରିବ ପବଜି, ଆଉ ଚିକେନ୍ ଡିନର । ପବଜି ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଆସନ୍ତା ନଭେମ୍ବର ମାସ ୨୦ ତାରିଖରେ ଭାରତ ଆସିବ ପବଜି ମୋବାଇଲ୍ ଇଣ୍ଡିଆ । ପ୍ଲେ ଷ୍ଟୋରରେ ଏହି ଗେମିଂ ଆପ୍ ଉପଲବ୍ଧ ହେବା ସହ ଖେଳପ୍ରେମୀ ମାନେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ ।

ଦକ୍ଷିଣ କୋରିଆ କମ୍ପାନୀ ପବଜି କର୍ପୋରେସନ୍ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଭାରତ ପାଇଁ ପବଜିର ଏକ ଅଲଗା ଗେମ୍ ଆସୁଛି, ଯାହାକି କେବଳ ଭାରତ ପାଇଁ ହିଁ ତିଆରି କରାଯାଇଛି । କିନ୍ତୁ ଏଥର ଚୀନ୍ କମ୍ପାନୀ ସହ କୌଣସି ସହଭାଗିତା କିମ୍ବା ପାର୍ଟନରସିପ୍ ହେବ ନାହିଁ ।

ପବଜି କର୍ପୋରେସନର ସୂଚନା ଅନୁଯାୟୀ, ଭାରତରେ ପବଜି ମୋବାଇଲ୍ ଇଣ୍ଡିଆ ଲଂଚ ହେବ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣଙ୍କ ଡାଟା କିପରି ସୁରକ୍ଷିତ ରହିବ, ସେଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପବଜି ମୋବାଇଲ୍ ଇଣ୍ଡିଆ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି ।

ତେବେ ଜାତୀୟ ସୁରକ୍ଷା ପ୍ରତି ବିପଦ ତଥା ତଥ୍ୟ ଚୋରି ହେଉଥିବା ଅଭିଯୋଗରେ ଗତ ସେପ୍ଟେମ୍ବର ମାସରେ ପବଜି ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ତେବେ ନିକଟରେ ଚାଇନା କମ୍ପାନୀ ଟେନସେଂଟ ଭାରତରେ ଏହାର ସମସ୍ତ ପବଜି ମୋବାଇଲ୍ ସର୍ଭରକୁ ବନ୍ଦ କରିଦେଇଛି । ତେବେ ଏଥର ଆଉ ଚୀନ କମ୍ପାନୀ ଟେନସେଂଟର ସହଯୋଗରେ ଭାରତକୁ ପବଜି ଆସିବନାହିଁ ।