ଓଡିଶା ପାଇଁ ପୁଣି ଖୁସି ଖବର । ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ୨ ଆକ୍ରାନ୍ତ ଭୁବନେଶ୍ୱରର । ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

640

କନକ ବ୍ୟୁରୋ: ଓଡିଶା ପାଇଁ ପୁଣି ଖୁସି ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୨ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ୨ ଆକ୍ରାନ୍ତ ଭୁବନେଶ୍ୱରର । ଚିକିତ୍ସା ପରେ କରୋନାରୁ ୨ ଜଣ ସୁସ୍ଥ ହେବା ଭୁବନେଶ୍ୱର ପାଇଁ ଭଲ ଖବର । ତେବେ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।

ତେବେ ଗତକାଲି ସୁସ୍ଥ ହୋଇଥିଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ । ୫ଟି ସ୍ଥାନରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ସୁସ୍ଥ ଥିଲେ ।

ସବୁଠାରୁ ଖୁସିର କଥା ହେଉଛି ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆଜି ୨ ଜଣଙ୍କୁ ଲଗାଇ ସୁସ୍ଥଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା । ପୂର୍ବରୁ ୧୮ ଜଣ ସୁସ୍ଥ ହୋଇଥିଲେ ।