କନକ ବ୍ୟୁରୋ: ଓଡିଶା ପାଇଁ ପୁଣି ଆସିଲା ଭଲ ଖବର । ସୁସ୍ଥ ହେଲେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ । ତାଙ୍କ ନମୂନା ପରୀକ୍ଷା ପରେ ନେଗେଟିଭ ଆସିଥିବା ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ । ଟ୍ୱିଟ କରି ରାଜ୍ୟବାସୀଙ୍କୁ ଖୁସି ଖବର ଜଣାଇଲା ସ୍ୱାସ୍ଥ୍ୟ ବିଭାଗ ।
Happy to share that one Covid positive case of Kalahandi district, presently at Ashwini Covid hospital, Cuttack, has recovered and tested negative for COVID-19. Our best wishes to him.
— H & FW Dept Odisha (@HFWOdisha) April 12, 2020
ତେବେ ସୁସ୍ଥ ହୋଇଥିବା କଳାହାଣ୍ଡିର ଆକ୍ରାନ୍ତ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କଳାହାଣ୍ଡି ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩ରେ ପହଞ୍ଚିଲା । ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ଆଉ ଦୁଇ ଦିନ ତଳେ ଏକାସାଙ୍ଗରେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଆଜିର ଏ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କ ମନରେ ଖୁସି ସଞ୍ଚାର କରିଛି ।