ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ । ଏବେ ୨୯ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ସୁସ୍ଥ ହେଲେ

488

କନକ ବ୍ୟୁରୋ: ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ । ୫ଟି ସ୍ଥାନରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ସୁସ୍ଥ । ତେବେ ୫ ଜମ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ବର୍ତ୍ତମାନ ସୁସ୍ଥଙ୍କ ସଂଖ୍ୟା ୨୯ରେ ପହଞ୍ଚିଲା ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୮ ଜଣ ସୁସ୍ଥ ହେଲେଣି । କେନ୍ଦ୍ରାପଡାର ୨ ପଜିଟିଭ ଭିତରୁ ଜଣେ ସୁସ୍ଥ ହେବା ପରେ ଆଉ ଗୋଟିଏ ସକ୍ରିୟ କେସ୍ ରହିଲା । ସେହିପରି କଳାହାଣ୍ଡିରେ ୨ କେସ୍ ମଧ୍ୟରୁ ପୂର୍ବରୁ ଗୋଟିଏ ସୁସ୍ଥ ହୋଇଥିଲେ ଆଉ ଆଜି ଗୋଟିଏ ସୁସ୍ଥ ହେବା ପରେ କଳାହାଣ୍ଡି କରୋନା ମୁକ୍ତ ହେଲା । ସେପଟେ ଢେଙ୍କାନାଳର ଜଣେ ଆକ୍ରାନ୍ତ ଥିବା ବେଳେ ଆଜି ସେ ସୁସ୍ଥ ହୋଇଛନ୍ତି ଆଉ ଢେଙ୍କାନାଳ ବି କରୋନା ମୁକ୍ତ ହୋଇଛି ।