କନକ ବ୍ୟୁରୋ : କରୋନାକୁ ନେଇ ଖୁବ୍ ଭଲ ଖବର ଦେଇଛି ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ସୁପର ମଡେଲ କରୋନା କମିଟି । ଏହି କମିଟି କହିଛି, ଭାରତରେ କରୋନାର ଶୀର୍ଷ ସଂକ୍ରମଣ ଅତିକ୍ରମ କରି ଯାଇଛି ।
ଗତ ସେପ୍ଟେମ୍ବର ମାସରେ ସବୁଠାରୁ ଅଧିକ ସଂଖ୍ୟାରେ ସଂକ୍ରମଣ ହୋଇଥିଲା, ଏବଂ ଏବେ ସଂକ୍ରମଣ କମିବ । ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ସୁଦ୍ଧା ସଂକ୍ରମଣ ଖୁବ୍ ତଳକୁ ଚାଲିଯିବ ବୋଲି କୁହାଯାଇଛି । ଏହି କମିଟିରେ ଅଛନ୍ତି ଆଇସିଏମଆର ଓ ଆଇଆଇଟିର ବୈଜ୍ଞାନିକ ।