କରୋନା ହାରିବ ଭାରତ ଜିତିବ ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୭୯ କରୋନା ଆକ୍ରାନ୍ତ । ୩ ମାସ ଯାଏଁ ଗରିବଙ୍କୁ ମିଳିବ ୫ କିଲୋ ରାସନ୍ ।

1,486

କନକ ବ୍ୟୁରୋ : ଭାରତ ପାଇଁ ଭଲ ଖବର: ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୧୭୯ ଆକ୍ରାନ୍ତ । ଦେଶରେ ଏପର୍ଯ୍ୟନ୍ତ ମୋଟ ୧୦୩୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୧୦,୩୬୩ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୩୩୯ରେ ପହଞ୍ଚିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ୧୨୧୧ଟି ନୂଆ ମାମଲା ଦେଖାଥିବାବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଉପଲବ୍ଧତା ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁନ୍ୟା ସଲିଳା ଶ୍ରୀବାସ୍ତବ । ୮୦ କୋଟି ଲୋକଙ୍କୁ ୫ କିଲୋ ଖାଦ୍ୟଶସ୍ୟ ମାଗଣାରେ ଦିଆଯିବ । ରାଜ୍ୟମାନଙ୍କୁ ଅତିରିକ୍ତ ଖାଦ୍ୟଶସ୍ୟ ପ୍ରଦାନ କରାଯାଇଛି । ୧୩ ଏପ୍ରିଲ ସୁଦ୍ଧା ଏଫସିଆଇ ଦ୍ୱାରା ୧୨ ଲକ୍ଷ ଟନ ଖାଦ୍ୟଶସ୍ୟ ଆବଣ୍ଟନ କରାଯାଇଛି । ଶ୍ରମିକମାନଙ୍କ ସୁବିଧା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ ହେଲପଲାଇନ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି ।

ଦେଶରେ ଏବେ ସୁଦ୍ଧା ଦେଶରେ ମୋଟ ୨ଲକ୍ଷ ୩୧,୯୦୨ ନମୁନା ଟେଷ୍ଟ ହୋଇଛି । ଗତ କାଲି ୨୧,୬୩୫ଟି ନମୁନା ପରୀକ୍ଷା କରାଯାଇଛି । ଦେଶରେ ଏବେ ଆଗମୀ ୬ ମାସ ପାଇଁ ଯଥେଷ୍ଟ ପରିମାଣରେ ଆରଟି-ପିସିଆର କିଟ ମହଜୁଦ ଅଛି । ଇତି ମଧ୍ୟରେ ଆଉ କିଛି ଆରଟି-ପିସିଆର କିଟ ଦେଶରେ ପହଞ୍ଚିଛି ବୋଲି ଆଇସିଏମଆର ବୈଜ୍ଞାନିକ ଡ.ଗଙ୍ଗାଖେଡକର କହିଛନ୍ତି ।