ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ରାଜ୍ୟସରକାରଙ୍କ ଘୋଷଣା । ଛାଡ଼ ହେବ ପଞ୍ଜୀକରଣ ଫି’ ଓ ଟିକସ ।

166

କନକ ବ୍ୟୁରୋ : ଇ-ଭେଇକିଲକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବଡ ନିଷ୍ପତି ନେଇଛନ୍ତି । ବିଦ୍ୟୁତ ଚାଳିତ ଯାନ କିଣିଲେ ଗାଡି ପଞ୍ଜିକରଣ ଫି ଓ ମୋଟର ଭେଇକିଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଇ-ଭେଇକିଲକୁ ଲୋକପ୍ରିୟ କରିବା ପାଇଁ ଏଭଳି ନିଷ୍ପତି ନେଇଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ । ଟୁଇଟ୍ କରି ଏହି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ବିଦ୍ୟୁତ ଚାଳିତ ଗାଡି କିଣିଲେ ପଞ୍ଜିକରଣ ଓ ମୋଟର ଭେଇକିଲ୍ସ ଶୁଳ୍କ ଛାଡ ହେବା ସହ କ୍ରେତାଙ୍କୁ ସର୍ବାଧିକ ୧୫ ପ୍ରତିଶତ ରିହାତି ମିଳିବ । ବାଇକ କିଣିଲେ ୫ ହଜାର ଟଙ୍କା ସବସିଡି ମିଳିବ, ତିନି ଚକିଆ ଯାନ କିଣିଲେ ୧୦ ହଜାର ଟଙ୍କାର ରିହାତି ପାଇବେ ଗ୍ରାହକ । ସେହିପରି ୪ ଚକିଆ ଯାନ କିଣିଲେ ୫୦ ହଜାର ଟଙ୍କାର ରିହାତି ମିଳିବ । ଏହା ସେପ୍ଟେମ୍ବର ୧ରୁ ପିଛିଲା ଭାବେ ଲାଗୁ ହେବ ।