କନକ ବ୍ୟୁରୋ: ଟଳିବ ଆଳୁ ସଙ୍କଟ । ଶେଷରେ ଓଡ଼ିଶାକୁ ଆଳୁ ଟ୍ରକ ଛାଡ଼ିଛନ୍ତି ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗରୁ ଆଜି ହଜାରେ ଟ୍ରକ୍ ଆଳୁ ଆସୁଛି । ଓଡ଼ିଶାରେ ଏହି ଆଳୁ ଟ୍ରକ ପହଞ୍ଚିବା ଆରମ୍ଭ ହୋଇଯାଇଛି । ବାକି ପରିମାଣ ବି ଖୁବଶୀଘ୍ର ଓଡ଼ିଶାରେ ପହଞ୍ଚିବ । ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଏହି ସୂଚନା ଦେଇଛନ୍ତି । ପଶ୍ଚିବଙ୍ଗର ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି କଥା କହିଛନ୍ତି ଜଗୁନି । ପଶ୍ଚିମବଙ୍ଗ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଦେବା ପରେ ଓଡ଼ିଶାରେ ଆଳୁ ସଙ୍କଟ ଦେଖା ଦେଇଥିଲା । ଆଉ ଏହାପରେ ମମତାଙ୍କୁ ମନାଇବାକୁ ପଶ୍ଚିମବଙ୍ଗ ଯାଇଥିଲେ ଜଗୁନି। ଆଉ ଏବେ ଆଳୁ ଆସିବା ଖୁସି ଖବର ଆସିଛି । ଆଲୁ କିଲୋ ପ୍ରତି  ୬୦ ଟଙ୍କାରେ ବିକ୍ରି ହେଉଥିଲା । ଏହାପରେ ଉତ୍ତର ପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଥିଲା । ଏବେ ପଶ୍ଚିମବଙ୍ଗରୁ ବି ଆଳୁ ଆସିବା ଆରମ୍ଭ ହୋଇଛି ।