ରାଜଧାନୀରେ ଆପଣଙ୍କ ମୋବାଇଲ ନେଟୱାର୍କ କାମ କରୁନି କି? ତାହେଲେ ଅନ୍ୟ ନେଟୱାର୍କ ସହାଯ୍ୟରେ ପାଇପାରିବେ ସବୁ ସୁବିଧା, ଜାଣନ୍ତୁ କିପରି...

ରାଜଧାନୀରେ ଆପଣଙ୍କ ମୋବାଇଲ ନେଟୱାର୍କ କାମ କରୁନି କି? ତାହେଲେ ଅନ୍ୟ ନେଟୱାର୍କ ସହାଯ୍ୟରେ ପାଇପାରିବେ ସବୁ ସୁବିଧା, ଜାଣନ୍ତୁ କିପରି...

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ପରେ ମୋବାଇଲ ସେବା ଯୋଗାଯୋଗ ନେଇ ଛଟପଟ ହେଉଥିବା ରାଜଧାନୀବାସୀଙ୍କ ପାଇଁ ଖୁସି ଖବବର । ବାତ୍ୟା ‘ଫୋନି’କୁ ୬ ଦିନ ବିତିଯିବାପରେ ମୋବାଇଲ ସେବା ଯୋଗାଯୋଗ ନେଇ ସମସ୍ତ ଟେଲିକମ୍ କମ୍ପାନୀମାନେ ବଡ଼ ପଦକ୍ଷେପ ନେଇଛନ୍ତି । ‘ଫୋନି’ ପ୍ରଭାବିତ ଭୁବନେଶ୍ୱରର ସମସ୍ତ ସ୍ଥାନରେ ଯଦି ଆପଣଙ୍କ ପଞ୍ଜିକୃତ ନେଟୱାର୍କ କାମ କରୁନାହିଁ ତେବେ ଅନ୍ୟ ସବୁ ନେଟୱାର୍କ ସାହାଯ୍ୟରେ କଥା ହେବାସହ ଇଣ୍ଟରନେଟର ସୁବିଧା ଉଠାଇପାରିବେ । ଏନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

publive-imageକିପରି ଅଲଗା ନେଟୱାର୍କରୁ ପାଇବେ ସୁବିଧା ?

-ପ୍ରଥମେ ଆପଣଙ୍କ ମୋବାଇଲର ସେଟିଙ୍ଗ ଅପସନକୁ ଯାଆନ୍ତୁ

-ଏହାପରେ ସିମ୍ କାର୍ଡ୍ସ ଆଣ୍ଡ୍ ମୋବାଇଲ୍ ନେଟୱାର୍କ ଅପସନରେ କ୍ଲିକ୍ କରି ଆପଣଙ୍କ ବ୍ୟବାର ଆବଶ୍ୟକୀୟ ସିମରେ କ୍ଲିକ୍ କରନ୍ତୁ

-ଏହାପରେ ମୋବାଇଲ ନେଟୱାର୍କସ ଅପସନରେ କ୍ଲିକ୍ କରି ମାନୁଆଲ ନେଟୱାର୍କ କରନ୍ତୁ,

-ଏହାପରେ ମୋବାଇଲ୍ ସ୍କ୍ରିନରେ ଦେଖାଉଥିବା ବିଭିନ୍ନ ନେଟୱାର୍କ ମଧ୍ୟରୁ ଆପଣ ଚାହୁଁଥିବା ମନମୁତାବକ ନେଟୱାର୍କ ସର୍ଭରରୁ ଯୋଗାଯୋଗ କରିପାରିବା ସହ ସମସ୍ତ ସୁବିଧା ପାଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe