ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ । ସମସ୍ତ ସୁସ୍ଥ ବ୍ୟକ୍ତି ଭୁବନେଶ୍ୱରର । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮କୁ ଛୁଇଁଲା ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୫୬ରେ ପହଁଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା; ଚିକିତ୍ସିତ ହେଉଛନ୍ତି ୩୭ ଜଣ

କନକ ବ୍ୟୁରୋ: ଓଡିଶା ପାଇଁ ପୁଣି ଭଲ ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ସମସ୍ତ ୫ ଜଣ ଆକ୍ରାନ୍ତ ଭୁବନେଶ୍ୱରର । ସମସ୍ତ ୫ ଜଣଙ୍କ ନମୂନା ନେଗେଟିଭ ଆସିବା ପରେ ସେମାନେ ସୁସ୍ଥ ହୋଇଥିବା ସୂଚନା । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮କୁ ଛୁଇଁଲା ।

ତେବେ ଗତକାଲି କଳାହାଣ୍ଡିର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ତାଙ୍କ ନମୂନା ନେଗେଟିଭ ଆସିବା ପରେ ତାଙ୍କୁ ସୁସ୍ଥ ଘୋଷଣା କରାଯାଇଥିଲା । ରାଜ୍ୟରେ ମୋଟ ୫୫ ପଜିଟିଭ ଥିବାବେଳେ ପୂର୍ବରୁ ୧୩ ଆଉ ଆଜି ୫ ଜଣଙ୍କୁ ମିଶାଇ ଓଡିଶାରେ ମୋଟ ୧୮ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଭୁବନେଶ୍ୱରର ସମସ୍ତ ୫ ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ତେବେ ସମସ୍ତଙ୍କ ସହଯୋଗ ପାଇଁ ଏ ସଫଳତା ମିଳିଛି । ଆଗାମୀ ଦିନରେ କରୋନା ବିରୋଧରେ ଏହି ଏକତ୍ରିତ ଲଢେଇ ହିଁ ବିଜୟ ଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe