କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ । କରୋନା ଆକ୍ରାନ୍ତ ଥିବା ୩ ଜଣ ଭଲ ହେଲେ । ସୁସ୍ଥ ହୋଇଥିବା ସମସ୍ତ ୩ ଜଣ ଭୁବନେଶ୍ୱରର । ତେବେ ୩ ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Advertisment

ତେବେ ଗତକାଲି ୨ ଜଣ ସୁସ୍ଥ ହୋଇଥିଲେ । ଆଉ ଉଭୟ ମଧ୍ୟ ଭୁବନେଶ୍ୱରରେ ଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଗତ ଦୁଇ ଦିନରେ ଭୁବନେଶ୍ୱରରେ ୫ ଜଣ ସୁସ୍ଥ ହେଲେଣି ।

ଅନ୍ୟ ପଟେ ରାଜ୍ୟରେ ଆଉ କଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ପଜିଟିଭ ସଂଖ୍ୟା ୬୧କୁ ଛୁଇଁଲା । ୬୧ ପଜିଟିଭରୁ ୨୪ ସୁସ୍ଥ, ୩୬ ସକ୍ରିୟ କେସ୍ ଓ ଜଣେ ମୃତ ଅଛନ୍ତି ।