କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ କରୋନା ଆକ୍ରାନ୍ତ । ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ । ଉଭୟ ଆକ୍ରାନ୍ତ ଭୁବନେଶ୍ୱରର । ତେବେ ୨ ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ପରେ ନେଗେଟିଭ ଆସିଥିଲା । ଆଉ ନମୂନା ନେଗେଟିଭ ଆସିବା ପରେ ଉଭୟ ହସ୍ପିଟାଲରୁ ଘରକୁ ଫେରିଥିବା ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
As Odisha continues to contain Covid , another two patients, both belonging to Bhubaneswar, have recovered and tested negative for COVID-19. They are being discharged from the hospital.
With these two cases, the total recoveries is 21.
— H & FW Dept Odisha (@HFWOdisha) April 17, 2020
ତେବେ ଭୁବନେଶ୍ୱରର ଏହି ୨ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା ୨୧ ଛୁଇଁଲା । ପୂର୍ବରୁ ୧୯ ଜଣ ସୁସ୍ଥ ଥିବା ବେଳେ ଆଜି ୨ ଜଣ ସୁସ୍ଥ ହେବା ସାରା ରାଜ୍ୟ ତଥା ଭୁବନେଶ୍ୱର ପାଇଁ ଭଲ ଖବର ଆଣିଦେଇଛି । ତେବେ ମୋଟ ୬୦ଟି ପଜିଟିଭ ସଂଖ୍ୟା ଥିବା ବେଳେ ୨୧ ସୁସ୍ଥ, ୩୮ ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।