ସଂକଟ ଭିତରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ସୁଧ ଉପରେ ଏବେ ସୁଧ ଛାଡିବ ବ୍ୟାଙ୍କ । ତାଲାବନ୍ଦ ସମୟରେ ଇଏମଆଇ ଭରିଥିବା ଗ୍ରାହକଙ୍କୁ ମିଳିବ କ୍ୟାସବ୍ୟାକ୍ । ଋଣଗ୍ରହୀତାଙ୍କ ଆକାଉଂଟକୁ ୬ମାସର ଟଙ୍କା ଫେରାଇବ ବ୍ୟାଙ୍କ

ଜାଣନ୍ତୁ କିଭଳି ଓ କେଉଁଠି ଉଠାଇବେ ଏହି ଯୋଜନାର ଲାଭ...

887

କନକ ବ୍ୟୁରୋ: ଲୋନ ମୋରାଟୋରିୟମକୁ ନେଇ ଆସିଲା ବଡ ଖବର । ତାଲାବନ୍ଦ ସମୟରେ ଯଦି ଆପଣ ମୋରାଟୋରିୟମର ଲାଭ ଉଠାଇ ନାହାନ୍ତି ଏବଂ ଆପଣ ଆପଣଙ୍କର ଇଏମଆଇର ପ୍ରତିଟି କିସ୍ତିକୁ ସଠିକ୍ ସମୟରେ ପରିଶୋଧ କରିଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ତରଫରୁ କ୍ୟାସବ୍ୟାକ୍ ମିଳିବ । ତେବେ ମୋରାଟୋଲିୟମ ଅବଧି ଭିତରେ ସୁଧ ଉପରେ ଆଦାୟ କରାଯାଉଥିବା ସୁଧକୁ ଋଣଗ୍ରହିତାଙ୍କ ଖାତାକୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଏନେଇ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶାମାନା ଜାରି କରିଛି ।

ତାଲାବନ୍ଦରେ ଇଏମଆଇ ଦେଇଥିଲେ ମିଳିବ କ୍ୟାସବ୍ୟାକ୍

ଋଣଗ୍ରହୀତାଙ୍କ ଖାତାକୁ ଟଙ୍କା ଫେରାଇବ ବ୍ୟାଙ୍କ 

କରୋନା ମହାମାରୀ ମୁକାବିଲା ପାଇଁ ମାର୍ଚ୍ଚ ୨୫ ତାରିଖରେ ଦେଶବ।।ପୀ ଲକଡାଉନ କଟକଣା ଘୋଷଣା କରାଯାଇଥିଲା । ଯେଉଁ କାରଣରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧ ମାର୍ଚ୍ଚରୁ ୩୧ ଅଗଷ୍ଟ ଯାଏଁ ୩ ମାସ ପାଇଁ ଋଣ ଆଦାୟ ସ୍ଥଗିତ ସୁବିଧା ପ୍ରଦାନ କରିଥିଲା । ପରେ ମେ ୨୨ ତାରିଖରେ ଏହାକୁ ଆଉ ୩ ମାସ ଅର୍ଥାତ୍ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ପ୍ରଶ୍ନ ଉଠୁଛି କି, ଋଣଗ୍ରହୀତା ଲକଡାଉନ ଭଳି କଠିନ ପରିସ୍ଥିତିରେ ଋଣ ପରିଶୋଧ କରିବା ତାଙ୍କ ସହ ଏକ ପ୍ରକାର ଅନ୍ୟାୟ ହୋଇଛି । ଯାହାକୁ ନେଇ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ଋଣଗ୍ରହୀତା ମୋରାଟୋରିୟମର ଲାଭ ଉଠାଇନାହାନ୍ତି ଏବଂ ଇଏମଆଇର ସମସ୍ତ କିସ୍ତିକୁ ସଠିକ୍ ସମୟରେ ଭରିଛନ୍ତି ତେବେ ବ୍ୟାଙ୍କ ତରଫରୁ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୟାସବ୍ୟାକ୍ ମିଳିବ ।

ଏଠାରେ ଆମେ କହି ରଖୁଛୁ କି, ଗତ କିଛି ଦିନ ତଳେ ୨ କୋଟି ପର୍ଯ୍ୟନ୍ତ ଲୋନ ନେଇଥିବା ଗ୍ରାହକଙ୍କୁ ମୋରାଟୋରିୟମ ଅବଧିରେ ସୁଧ ଉପରେ ସୁଧ ଛାଡ ପାଇଁ ଘୋଷଣା କରାଯାଇଥିଲା । ଏସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ସରକାର ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଯେଉଁଥିରେ ଏମଏସଏମଇ ଲୋନ, ଏଜୁକେସନ, ହାଉସିଂ, କନଜ୍ୟୁମର, ଅଟୋ, କ୍ରେଡିଟ୍ କାର୍ଡ ବକୟା ଏବଂ ଉପଭୋକ୍ତା ଲୋନ ଉପରେ ଲାଗୁ ଚକ୍ରବର୍ତ୍ତୀ ସୁଧକୁ ଛାଡ୍ କରିଦିଆଯିବ ବୋଲି ଉଲ୍ଲେଖ ରହିଛି ।