କନକ ବ୍ୟୁରୋ : ଭାରତ ଓ ଚୀନ୍ ମଧ୍ୟରେ ସୀମାରେ ଉତେଜନା ଜାରି ରହିଥିବା ବେଳେ ଭଲ ଖବର ଆସିଛି । ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ଅଂଚଳରୁ ଦୁଇ ଦେଶର ସେନା ସୈନ୍ୟ ଅପସାରଣ ଆରମ୍ଭ କରିଥିବାର ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ୧୬ତମ କମାଣ୍ଡର ସ୍ତରୀୟ ବୈଠକ ପରେ ଏହି ସୈନ୍ୟ ଅପସାରଣ ହୋଇଛି । ଉଭୟ ଦେଶ ପକ୍ଷରୁ ଏକ ମିଳିତ ବିବୃତିରେ ଏହି ସୂଚନା ଜାରି କରାଯାଇଛି ।

Advertisment

ସେପ୍ଟେମ୍ବର ୮ ତାରିଖରୁ ସୀମାରେ ସେନା ଅପସାରଣ ଆରମ୍ଭ ହୋଇଛି । ଭାରତ ଓ ଚୀନ ଟ୍ରୁପ ଗୋଗ୍ରା-ହଟସ୍ପ୍ରିଂଗ ଅଂଚଳରୁ ସେନା ପଛକୁ ହଟୁଛନ୍ତି । ଏହି ପଦକ୍ଷେପ ସୀମାରେ ଶାନ୍ତି ଓ ସ୍ଥିରତା ଆଣିବାରେ ସହାୟକ ହେବା ନେଇ ନୂଆ ବାଟ ଫିଟିଥିବା କହିଲେ କିଛି ଭୁଲ ହେବନି ।

୨୦୨୦ ଏପ୍ରିଲ ମାସରୁ ଲାଇନ୍ ଅଫ୍ ଏକଚୁଆଲ କଂଟ୍ରୋଲ ବା ଏଲଏସିରେ ଉତେଜନା ଲାଗିରହିଛି । ୨୦୨୦ ଜୁନ୍ ମାସରେ ଗଲୱାନ ଘାଟିରେ ଉଭୟ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍ ମଧ୍ୟ ବ୍ୟାପକ କ୍ଷତି ସହିଥିଲା । ଯଦିଓ ଚୀନ୍ ଏହାର କ୍ଷୟକ୍ଷତି କଥା ସାମ୍ନାକୁ ଆଣି ନାହିଁ, ତେବେ ଆମେରିକୀୟ ଗୁଇନ୍ଦା ଆକଳନ ଅନୁସାରେ ଏହି ସଂଘର୍ଷରେ ଚୀନର ୪୦ରୁ ଅଧିକ ସୈନିକ ମୃତାହତ ହୋଇଥିଲେ ।

ଜୁଲାଇ ୧୭ରେ ଉଭୟ ଦେଶ ମଧ୍ୟରେ କ୍ରପ୍ସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ଏହା ପୂର୍ବରୁ ଭାରତ ଓ ଚୀନ ସେନାଧିକାରୀମାନେ ମାର୍ଚ୍ଚ ମାସରେ ମଧ୍ୟ ବୈଠକ କରିଥିଲେ । ବୈଠକ ପରେ ଉତର ଓ ଦକ୍ଷିଣ ପାଙ୍ଗୋଙ୍ଗ ଟିଏସଓ ଏବଯ ଗଲୱାନ ଘାଟିରୁ ସେନା ପ୍ରତ୍ୟାହାର ହୋଇଥିଲା । ତତଶପି ଆଉ କିଛି ଅଂଚଳରେ ପୂର୍ବ ପରି ବିବାଦ ଲାଗି ରହିଥିଲା । ଏବେ ଲଦାଖର ପ୍ରମୁଖ ଗୋଗ୍ରା-ହଟସ୍ପ୍ରିଙ୍ଗ ସେନାର ପ୍ରତ୍ୟାହାର ବଡ ଆଶ୍ୱସ୍ତି ଦେଇଛି ।