କନକ ବ୍ୟୁରୋ : ଦେଶ ତଥା ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକ ଡେଲଟା ଭୁତାଣୁରେ ସଂକ୍ରମିତ ହେଉଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ଆସୁୁଛି । ପୂର୍ବରୁ କୁହାଯାଉଥିଲା ଡେଲଟାର ସ୍ଥାନ ଓମିକ୍ରନ ନେଇଯିବ । ତେବେ ଆଇଆଇଟି ବାଙ୍ଗାଲୋର ଓ କାନପୁରର ବିଶେଷଜ୍ଞଙ୍କ କହିବା ଅନୁସାରେ ମାର୍ଚ୍ଚ ମାସରେ କରୋନା ଏନଡେମିକ ସ୍ଥିତିକୁ ଚାଲିଯିବ ।
ହୁଏତ ସେହି ସମୟରେ ଡେଲଟାର ସ୍ଥାନ ଓମିକ୍ରନ ନେଇପାରେ । କରୋନାର ଚତୁର୍ଥ ଲହର ଆସିଲେ ଏହା ଓମିକ୍ରନ ଜନିତ ହେବ ବୋଲି ବର୍ତମାନର ଟ୍ରେଣ୍ଡକୁ ଦେଖି ଆକଳନ କରୁଛନ୍ତି ବିଶେଷଜ୍ଞ । ଅନ୍ୟପଟେ ଦେଶରେ ବ୍ୟାପକ ଟିକାକରଣ ହୋଇଥିବାରୁ ଓ ୮୫ ପ୍ରତିଶତ ଲୋକଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ବିକଶିତ ହୋଇଛି । ତେଣୁ କରୋନାର ଚତୁର୍ଥ ଲହର ଆସିଲେ ମଧ୍ୟ ଏହା ବିଶେଷ ପ୍ରଭାବୀ ହେବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/297b4007f994f1526b913ffbf8d6ec5e.jpg)