ସାଧାରଣତଃ ସରକାରୀ ସ୍କୁଲ କହିଲେ , ଲୋକଙ୍କ ମନରେ ନକାରାତ୍ମକ ଭାବନା ଆସିଥାଏ । କିନ୍ତୁ ଗୋଣ୍ଡା ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରତିଭାଙ୍କୁ ଦେଖି ଗୁଗୁଲ୍ ମଧ୍ୟ ଫେଲ୍ ମାରିବ । ଏଠାରେ ବିଚକ୍ଷଣ ପ୍ର୍ରତିଭାଙ୍କ ସମୁଦ୍ର ରହିଛି । ଭିଖମପୁରବା ପ୍ରାଥମିକ ବିଦ୍ୟାଳୟର କୁନି କୁନି ପିଲାମାନେ ଏସିଆ ମହାଦ୍ୱୀପର ସମ୍ପୁର୍ଣ୍ଣ ବିବରଣୀ ବିନା କୌରସି ସଙ୍କୋଚରେ ଏଭଳି ରଖିବେ ଯେ ଗୁଗୁଲ୍ ମଧ୍ୟ ତାଙ୍କ ପ୍ର୍ରତିଭାକୁ ଦେଖି ଲାଜେଇ ଯିବ । ଏହି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ସୁପ୍ରିୟା ବର୍ମା ୧୦୦ ପର୍ଯ୍ୟନ୍ତ ପଣିକିଆ ନିର୍ଭୁଲ୍ ଭାବେ କହିପାରିବେ ।
ସ୍କୁଲର ପିଲାଙ୍କ ନାଁରେ ଅନେକ ରେକର୍ଡ ରହିଛି :
ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ ଅଶିଂକା ମିଶ୍ରା ଭାରତର ସବୁ ରାଜ୍ୟ ଏବଂ ପ୍ରତିଟି ଜିଲ୍ଲାର ନାଁକୁ ମାତ୍ର ୬ ମିନିଟ୍ ୨୬ ସେକେଣ୍ଡରେ ଶୁଣି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡରେ ନାଁ କରିଛନ୍ତି । କହିବାକୁ ଗଲେ ପ୍ରତିଟି ଶ୍ରେଣୀର ପିଲାଙ୍କ ମୁଣ୍ଡ କୌଣସି କମ୍ପ୍ୟୁଟର ଭଳି କାମ କରୁଛି ।
ସ୍କୁଲ୍ ପ୍ରିନ୍ସିପାଲ୍ ମନୋଜ୍ କୁମାର ମିଶ୍ରାଙ୍କ କହିବାନୁସାରେ , ସ୍କୁଲରେ ୧୧୫ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ଯେଉଁଠି ୬୦ ଜଣ ଛାତ୍ରୀ ଏବଂ ୫୫ ଜଣ ଛାତ୍ର ପାଠ ପଢନ୍ତି । ତେବେ ଏହି ପିଲାମାନଙ୍କ ମଧ୍ୟରେ ୪ ଜଣ ଛାତ୍ରୀଙ୍କ ମସ୍ତିଷ୍କ କମ୍ପ୍ୟୁଟର ଭଳି କାମ କରୁଛି । ଏଥିରେ ସୁପ୍ରିୟା ଶ୍ରେଣୀ-୫ମ , ଅଶିଂକା ଶ୍ରେଣୀ-୪ର୍ଥ , ବବଲୀ ଶ୍ରେଣୀ-୧ ଏବଂ ଅଞ୍ଜଳୀ ଯେ ନିଜ ଭଉଣୀ ଆରତୀଙ୍କ ସହ ସ୍କୁଲକୁ ଆସନ୍ତି । ଅଶିଂକା ଏକ କାର୍ଯ୍ୟକ୍ରମରେ ମାତ୍ର ୬ ମିନିଟ୍ ୨୬ ସେକେଣ୍ଡରେ ଉତ୍ତରପ୍ରଦେଶର ସବୁ ଜିଲ୍ଲା ଏବଂ ଭାରତର ସବୁ ରାଜ୍ୟର ନାଁ ଅନର୍ଗଳ କହି ପୁରସ୍କୃତ ହୋଇଥିଲେ । କେବଳ ପାଠପଢା ନୁହଁ ଯୋଗଭ୍ୟାସରେ ମଧ୍ୟ ଏଠାକାର ଛାତ୍ରଛାତ୍ରୀ ପାରଦର୍ଶିତା ଅର୍ଜନ କରିଛନ୍ତି । ଅନ୍ୟ କିଛି ପିଲା ସଂଗୀତ ଏବଂ ନୃତ୍ୟରେ ମଧ୍ୟ ଉପଲବ୍ଧି ଅର୍ଜନ କରିଛନ୍ତି । ସ୍କୁଲ୍ ଶିକ୍ଷକ କୁହନ୍ତି , ଏହି ସବୁ ପିଲା ଗରିବ ଏବଂ ଗ୍ରାମୀଣ ପରିବାରରୁ ସଂବନ୍ଧ ରଖନ୍ତି । ପାଠପଢା ଏବଂ ଅନ୍ୟ କଳାରେ ବିଚକ୍ଷଣ ଏହି ଛାତ୍ରଛାତ୍ରୀ ଭଲ ଭଲ ଇଂରାଜୀ ମିଡିୟମ୍ ସ୍କୁଲରେ ପଢୁଥିବା ପିଲାଙ୍କ ଛୁଟି କରିଦେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/Untitled-design-112.jpg)
/kanak/media/post_attachments/wp-content/uploads/2019/08/Untitled-design-2-42-300x200.jpg)