ସୋସିଆଲ୍ ମିଡିଆରେ ସୋନାଲିଙ୍କ ମୃତ୍ୟୁକୁ ନେଇ ଭାଇରାଲ୍ ହେଲା ଖବର ! ଗୁଜବକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାମୀ ।

75

ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ କର୍କଟ ରୋଗରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ସେ କିପରି ଖୁବ୍ ଶୀଘ୍ର ଆରୋଗ୍ୟ ହେବେ ସେ ନେଇ ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ କାମନା କରୁଥିବା ବେଳେ ଏବେ ସୋସିଆଲ ମିଡ଼ିଆ ବ୍ୟବହାକାରୀଙ୍କ ଉପରେ ରାଗିଛନ୍ତି ସୋନାଲିଙ୍କ ସ୍ୱାମୀ ଗୋଲ୍ଡି ବହଲ । ସୋନାଲିଙ୍କ ଚିକିତ୍ସା ସମ୍ବନ୍ଧିତ ସମସ୍ତ ଖବର ସୋନାଲି ସୋସିଆଲ ମିଡ଼ିଆରେ ସେୟାର କରୁଥିଲେ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ କିଛି ଲୋକ ମିଥ୍ୟା ପ୍ରଚାର କରିଥିବା ଦେଖା ଯାଇଥିଲା ।

ହ୍ଵାଟ୍ସଆପ୍ରେ ସୋନାଲିଙ୍କ ବିୟୋଗକୁ ନେଇ ମିଥ୍ୟା ଖବର ପ୍ରସାର ହେବା ପରେ ଏହା ପ୍ରକୃତରେ ସତ କି ନାହିଁ ତାହା ନ ଜାଣି ବିଜେପି ବିଧାୟକ ରାମ କଦମ ଅଭିନେତ୍ରୀଙ୍କୁ ହ୍ଵାଟ୍ସଆପ୍ର ସେହି ମେସେଜ ଯୋଡ଼ି ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ପରେ ସେ ସତ ଜାଣିବା ସହ ମେସେଜ ହଟାଇ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

ଏତେ ସବୁ ଦେଖିବା ପରେ ଚୁପ୍ ନ ରହି ଏଭଳି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି ଗୋଲ୍ଡି । ଦୟା କରି ସୋସିଆଲ ମିଡ଼ିଆର ବ୍ୟବହାର ଦାୟିତ୍ୱର ସହ କରନ୍ତୁ । ଆସନ୍ତୁ ମିଶି ଏଭଳି ମିଥ୍ୟା ଖବରକୁ ବିଶ୍ୱାସ ନ କରିବା ସହ ପ୍ରସାର ହେବାରୁ ରୋକିବା ବୋଲି ଲେଖି ଟ୍ଵିଟ୍ କରିଥିବା ଦେଖା ଯାଇଛି ।