କନକ ବ୍ୟୁରୋ : ଗୋଲଡେନ୍ ଗ୍ଲୋବରେ ଧମାଲ ମଚାଇଲା ରାଜା ମୌଲିଙ୍କ ଫିଲ୍ମ ଆରଆରଆର । ଏହି ଫିଲ୍ମର ଗୀତ ‘ନାଟୁ ନାଟୁ' ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ ଆୱାର୍ଡ ମିଳିଛି । ଗୀତରେ ଜୁନିଅର ଏନ୍ଟିଆର ଓ ରାମଚରଣଙ୍କ ଦମଦାର ଡାନ୍ସ ପରଫର୍ମାନ୍ସ ରହିଛି । ଯାହାକୁ ଦର୍ଶକ ବି ବେଶ ପସନ୍ଦ କରିଛନ୍ତି । ଗୋଲଡେନ୍ ଗ୍ଲୋବ ଆୱାର୍ଡ ପାଇଁ ଲମ୍ବା ରେସ୍ ଲାଗିଥିବା ବେଳେ ‘ନାଟୁ ନାଟୁ ‘ଗୀତକୁ ମିଳିଛି ଏହି ଆୱାର୍ଡ । ଯାହାକି କେବଳ ରାମଚରଣ ଓ ଜୁନିଅର ଏନଟିଆରଙ୍କ ପାଇଁ ନୁହେଁ ଭାରତୀୟ ସିନେମା ପାଇଁ ମଧ୍ୟ ଏହା ବେଶ ଖୁସି ଆଣିଛି ।

Advertisment

ତେବେ ଏହି ଆରଆରଆର ଫିଲ୍ମ ଦୁଇଟି କ୍ୟଟେଗୋରୀ ପାଇଁ ଗୋଲ୍ଡେନ ଆୱାର୍ଡରେ ନୋମିନେଟ ହୋଇଥିଲା । ଏହାକୁ ନନ୍ ଇଂଲିସ୍ ଲାଙ୍ଗୁଏଜ ଓ ବେଷ୍ଟ ଅରିଜିନାଲ ସଙ୍ଗ ମୋସନ ପିକଚର ପାଇଁ ନୋମିନେଟ କରାଯାଇଥିଲା । ଏହି ପୁରସ୍କାର ଗ୍ରହଣ କରିବାପାଇଁ ନିର୍ଦ୍ଦେଶକ ଏସ୍.ଏସ୍ ରାଜାମୌଲୀ ଓ ଅଭିନେତା ଜୁନିୟର ଏନଟିଆର୍ଙ୍କ ସହ ରାମଚରଣ କାଲିଫର୍ଣ୍ଣିଆ ଗସ୍ତ କରିଥିଲେ । ‘ଦ ଗୋଲଡେନ୍ ଗ୍ଲୋବସ’ ୨୦୨୩ ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏହି ଟିମ୍ ।