ମା’ ବୈଷ୍ଣୋଦେବୀ ପୂଜା ପାଉଥିବା ଗୁମ୍ଫାରେ ଲାଗିବ ସ୍ୱର୍ଣ୍ଣର ଦ୍ୱାର । କିଛି ଏଭଳି ଦିଶିବ ମା’ ବୈଷ୍ଣୋଦେବୀଙ୍କର ପ୍ରବେଶ ଦ୍ୱାର ।

225

ଶାରଦୀୟ ନବରାତ୍ରୀରେ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ । ତେବେ ଚଳିତ ନବରାତ୍ରୀରେ ବୈଷ୍ଣୋଦେବୀ ପୂଜା ପାଉଥିବା ଗୁମ୍ଫାକୁ ଏକ ନୂଆ ରୂପରେ ସଜ୍ଜିତ କରାଯିବ । ଗୁମ୍ଫାର ପ୍ରବେଶପଥ ଦ୍ୱାରକୁ ସମ୍ପୂର୍ଣ୍ଣ ସ୍ୱର୍ଣ୍ଣରେ ଛାଉଣୀ କରାଯାଇଛି । ଏହି ସ୍ୱର୍ଣ୍ଣର ଦ୍ୱାର ନିର୍ମାଣ କରିବାକୁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭକ୍ତଙ୍କ ଦାନ ଅର୍ଥରେ ଏହି ସ୍ୱର୍ଣ୍ଣର ଦ୍ୱାର ନିର୍ମାଣ କରାଯାଇଛି ।

୧୪ ଫୁଟ୍ ଚଉଡା ଓ ୨୫ ଫୁଟ୍ ଉଚ୍ଚର ଏହି ସ୍ୱର୍ଣ୍ଣ ଦ୍ୱାରକୁ ୬୫ ଦିନରେ ନିର୍ମାଣ କରାଯାଇଛି । ଏଥିରେ ୧୦ କ୍ୱିଣ୍ଟାଲ ରୂପା, ତମ୍ବା ଓ ୧୦ କିଲୋ ସୁନା ବ୍ୟବହାର କରାଯାଇଛି । ଏହାଛଡା ମୁଖ୍ୟ ଦ୍ୱାରରେ ୨୫ କିଲୋର ସୁନା ଓ ରୂପା ମିଶ୍ରିତ ଘଣ୍ଟି ଲଗାଯାଇଛି । ଏହାସହ ସ୍ୱର୍ଣ୍ଣ ଦ୍ୱାରରେ ଦେବୀ ଦେବତାଙ୍କ କଳାକୃତି ରହିଥିବା ବେଳେ ମା’ଙ୍କ ଆରତି ମଧ୍ୟ ଉଲ୍ଲେଖ ରହିଛି ।

ସ୍ୱର୍ଣ୍ଣର ପ୍ରବେଶ ଦ୍ୱାରରେ ୬ ଫୁଟ ଉଚ୍ଚର ମହାଲକ୍ଷ୍ମୀଙ୍କର ଚିତ୍ର ଅଙ୍କିତ ରହିଥିବା ବେଳେ ଭିତର ପାଶ୍ୱର୍ରେ ତ୍ରିଦେବ ଅଥାର୍ତ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହ ଭଗବାନ ସୂର୍ଯ୍ୟଦେବଙ୍କର ଚିତ୍ର ଅଙ୍କା ଯାଇଛି । ଏଥିସହିତ ପ୍ରବେଶ ଦ୍ୱାର ଉପରେ ଭଗବାନ ଗଣେଶ ଓ ପ୍ରଭୁ ହନୁମାନଙ୍କ ସ୍ୱର୍ଣ୍ଣଯୁକ୍ତ ଚିତ୍ର ରହିଛି ।