ଗାଁକୁ ଫେରିଲେ ସୁନା ପୁଅ ପ୍ରମୋଦ ଭଗତ : ବରଗଡ଼ ଗୋଡଭୋଗା ଓ ଅତାବିରାରେ କରାଗଲା ଭବ୍ୟ ସ୍ୱାଗତ

124

କନକ ବ୍ୟୁରୋ : ଟୋକିଓ ପାରା ଅଲମ୍ପିକରେ ସ୍ଵର୍ଣ୍ଣ ପଦକ ଆଣିଥିବା ସୁନା ପୁଅ ପ୍ରମୋଦ ଭଗତ ନିଜ ଜନ୍ମମାଟି ବରଗଡ଼ ଜିଲ୍ଲା ଅତାବିରାରେ ପହଞ୍ଚିଛନ୍ତି । ଏଠାରେ ହଜାର ହଜାର ଜନତା ତାଙ୍କୁ ସ୍ୱାଗତ କରିଛନ୍ତି । ଅଲମ୍ପିକ ପଦକ ଜିତିବା ପରେ ଅତାବିରାକୁ ଏହା ହେଉଛି ତାଙ୍କ ପ୍ରଥମ ଗସ୍ତ । ପ୍ରମୋଦଙ୍କୁ ଫୁଲରେ ସୁସଜ୍ଜିତ ରଥରେ ବସାଇ ଏକ ବିଶାଳ ବାଇକ ରାଲିରେ ଅତାବିରାକୁ ପାଛୋଟି ଆଣିଥିଲେ ତାଙ୍କ ସମର୍ଥକ ଏବଂ ଅତାବିରା ବ୍ଳକବାସୀ । ପ୍ରମୋଦ ନିଜ ମାଟିକୁ ଆସିବା ନେଇ ଚାରିଆଡ଼େ ଉତ୍ସବମୁଖର ହୋଇଯାଇଛି । ଗୋଡ଼ଭଗାରୁ ଲାଦରପାଲି ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ୧୦ କିମି ରାସ୍ତାରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ରାସ୍ତା କଡ଼ରେ ବିଭିନ୍ନ ଗ୍ରାମର ଲୋକମାନେ ତାଙ୍କୁ ସ୍ୱାଗତ କରିଛନ୍ତି ।