ଆରପାରିରେ ଗୋଲଡ଼େନ୍ ବାବା : ଅନେକ ସମୟଧରି ଅସୁସ୍ଥ ଥିବା ଗୋଲଡ଼େନ୍ ବାବାଙ୍କ ଦେହାନ୍ତ , ଏମ୍ସରେ ଚାଲିଥିଲା ଚିକିତ୍ସା ।

933

ଆରପାରିରେ ଗୋଲଡ଼େନ୍ ବାବା । ଲମ୍ବା ସମୟଧରି ଅସୁସ୍ଥ ଥିବା ସୁଧୀର୍ କୁମାର ମକ୍କଡ଼ ତଥା ଗୋଲଡ଼େନ୍ ବାବାଙ୍କ ମଙ୍ଗଳବାର ରାତି ଦେହାନ୍ତ ହୋଇଯାଇଛି । ଗତ କିଛିଦିନ ହେଲା ତାଙ୍କର ଏମ୍ସରେ ଚିକିତ୍ସା ଚାଲିଥିଲା । ହରିଦ୍ୱାରର ଅନେକ ଆଖଡ଼ାଶାଳ ସହ ଜଡିତ ଥିବା ବାବାଙ୍କ ନାଁରେ ଅନେକ ଅପରାଧି ମାମଲା ମଧ୍ୟ ରହିଛି । ବାବା ଭକ୍ତଙ୍କ କହିବାନୁସାରେ , ସନ୍ନ୍ୟାସ ନେବା ପୂର୍ବରୁ ସେ ଦିଲ୍ଲୀରେ ଲୁଗା ବ୍ୟବସାୟ କରୁଥିଲେ ।

କିଛି ଅସାମାଜିକ କାମରେ ଲିପ୍ତ ହେବା ପରେ ତାଙ୍କୁ ଆତ୍ମଗ୍ନାନି ହେଲା ଏବଂ ସେ ଆଧ୍ୟାତ୍ମିକ କ୍ଷେତ୍ର ଆଡ଼କୁ ମନ ବଳାଇ ସନ୍ନ୍ୟାସ ପାଲଟିଗଲେ । ଦିଲ୍ଲୀ ଗାନ୍ଧୀନଗରର ଅଶୋକ ଗଳିରେ ବାବାଙ୍କ ଏକ ଆଶ୍ରମ ରହିଛି । ସୁନାର ସୌଖିନ ବାବା ୧୯୭୨ ମସିହାରୁ ସୁନାକୁ ହିଁ ନିଜ ଇଷ୍ଟଦେବ ମାନୁଥିଲେ । ସୁନାର ମୁଦି ,ବାଜୁବନ୍ଧ,ଗହଣା,ଲକେଟରେ ପରିପୂର୍ଣ୍ଣ ବାବାଙ୍କ ସୁରକ୍ଷାରେ ପ୍ରତିଦିନ ୨୫ ରୁ ୩୦ ଗାର୍ଡ଼ ରହୁଥିଲେ ।