ଗ୍ଲୋବାଲ କମ୍ପାନି ଗୋଲ୍ଡମ୍ୟାନ ସେଶ କହିଛି କି ଆସନ୍ତା ୧୫ ବର୍ଷ ମଧ୍ୟରେ ବିଶ୍ୱରେ ମାଟିତଳେ ଥିବା ସୁନା ଶେଷ ହୋଇଯିବ

ମାଟିତଳେ ମହଜୁଦ୍ ଥିବା ସୁନା ସରିଆସିଲାଣି

581

କନକ ବ୍ୟରୋ : ପାର୍ବଣ ଋତୁ ପାଇଁ ପୁଣିଥରେ ସୁନାକୁ ନେଇ ଚର୍ଚ୍ଚା ଜୋର ଧରିଛି । କରୋନା ମହାମାରୀ ପାଇଁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଲୋକମାନେ ପାର୍ବଣରେ ସୁନା କିଣିବାକୁ ବି ମନ ବଳାଉଥିବା ଦେଖିବାକୁ ମିଳିଛି । ହେଲେ ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ସୁନାର ଅହେତୁକ ମୂଲ୍ୟବୃଦ୍ଧି ର କାରଣ କ’ଣ । କିଛି ସଂସ୍ଥା ଅନୁମାନ କରିଛନ୍ତି କି ସୁନା ଉତ୍ପାଦନ କମିବାରେ ଲାଗିଛି । ନଚେତ ମାଟିତଳେ ମହଜୁଦ୍ ଥିବା ସୁନା ସରିଆସିଲାଣି ।

 କ’ଣ ଖାଦାନରୁ ସିରି ଆସୁଛି ସୁନା
ବିଶେଷଜ୍ଞ ମାନେ ସୁନାର ବର୍ଦ୍ଧିତ ମୁଲ୍ୟକୁ ନେଇ ଆଲେଚନା ଚଳାଇଛନ୍ତି । ଆଉ କହିଛନ୍ତି କି ଏବେ ସୁନାର ମୂଲ୍ୟ ଯାହା ରହିଛି ତାହା ଶିଖର କୁ ଛୁଇଁଛି । ଅନ୍ୟପଟେ ଖଣିରେ ମହଜୁଦ ଥିବା ସୁନାକୁ ନେଇ କିଛି ବିଶେଷଜ୍ଞ ମତ ଦେଇଛନ୍ତି କି ଆମେ ଏହି ଅବସ୍ଥାରେ ପହଂଚି ଯାଇଛୂୁ କି ଏବେ ଖଣିରୁ ସୁନା ଉତ୍ପାଦନ କମ୍ ହେଉଛି । ବିଶ୍ୱ ସୂର୍ଣ୍ଣ କାଉଁସିଲ୍ ର ଏକ ରିପୋର୍ଟରେ କୁହାଯାଇଛି କି ୨୦୧୯ ରେ ବିଶ୍ୱରେ ପାଖା ପାଖି ୩,୫୩୧ ଟନ୍ ସୁନା ଖଣିରୁ ବହାର କରାଯାଇଛି । ହେଲେ ୨୦୧୮ ରେ ଏହାର ପରିମାଣ ଅଧିକ ଥିଲା । ଏକ ଜାତୀୟ ଗଣମାଧ୍ୟମ ସହ କଥା ବାର୍ତ୍ତା ବେଳେ ବିଶ୍ୱ ଗୋଲ୍ଡ କାଉଁସିଲର ପ୍ରବକ୍ତା ହନ୍ନା ବ୍ରାଣ୍ଡସ୍ ଟିଟର କହିଛନ୍ତି କି ଆଗାମୀ ଦିନରେ ଖଣିରୁ ସୁନା ଉର୍ତ୍ତୋଳନ ଆହୁରି କମ୍ ହୋଇପାରେ । ଏହା ସହ ସୁନା ଖଣିର ସନ୍ଧାନ କରୁଥିବା ଏଜେନ୍ସି କହିଛିକି କେଉଁଠି ନା କେଉଁଠି ମାଟିତଳେ ସୁନା କମିବାରେ ଲାଗିଛି ।
କେତେ ସୁନା ବାକି ଅଛି
ସାରା ବିଶ୍ୱରେ ମାଟିତଳେ ଆଉ କେତେ ସୁନା ମହଜୁତ ରହିଛି । ଏହାର ଅନୁମାନ ଖନନ କରୁଥିବା କମ୍ପାନୀ ମାନଙ୍କ ପାଖରେ ରହିଛି । ବିଶ୍ୱ ଗୋଲ୍ଡ କାଉଁସିଲ ମୁତାବକ ବର୍ତମାନ ସୁଦ୍ଧା ମାଟିତଳେ ୫୪,୦୦୦ ଟନ୍ ସୁନା ରହିଛି । ଯାହାକୁ ଉର୍ତ୍ତୋଳନ କରିବା ବାକି ରହିଛି । ମାତ୍ର ମାଟିତଳେ ରହିଥିବା ଏହି ସୁନା ବର୍ତମାନ ଯାଏଁ ଉର୍ତ୍ତୋଳନ ହୋଇଥିବା ମୋଟ ସୁନାର ମାତ୍ର ୩୦ ପ୍ରତିଶତ । ଅର୍ଥାତ ମାଟିତଳେ ମହଜୁତ ଥିବା ସୁନାର ୭୦ ପ୍ରତିଶତ ଆମ ମାନଙ୍କ ଘରେ ବା ବ୍ୟାଙ୍କରେ ପହଂଚିସାରିଛି ।ଅନ୍ୟପଟେ ନିଜର ସଂପତ୍ତି ଭାବେ ଘରେ ଠୁଳ କରାଯାଉଥିବା ସୁନାର ଆକଳନ କରିବା ସମ୍ଭବ ନୁହେଁ । କାରଣ ଲୋକ ଏନେଇ କେବେ ସତ କହନ୍ତି ନାହିଁ ଯେ ତାଙ୍କଘରେ କେତେ ସୁନା ମହଜୁତ୍ ରହିଛି । ଖଣିରୁ ଉର୍ତ୍ତୋଳନ କରାଯାଉଥିବା ମୋଟ ସୁନାରୁ ୫୦ ପ୍ରତିଶତ ସୁନାରେ ଗହଣା ନିର୍ମାଣ କରାଯାଇଥାଏ । ତେଣୁ ଉର୍ତ୍ତୋଳିତ ହୋଇଥିବା ସୁନାର ପ୍ରକୃତ ପରିମାଣ ଅନୁମାନ କରାଯାଇ ପାରେ ନାହିଁ । ଏହା ବ୍ୟତିତ ବିକାସଶୀଳ ରାଷ୍ଟ୍ର ମାନଙ୍କରେ ଛୋଟ ଛୋଟ ଉର୍ତ୍ତୋଳନ କମ୍ପାନୀ ମାନେ କେତେ ଉର୍ତ୍ତୋଳନ କରୁଛନ୍ତି ତାହାର ସଠିକ୍ ହିସାବ ଦଅନ୍ତି ନାହିଁ । ବିଶ୍ୱ ଗୋଲ୍ଡ କାଉଁସିଲ ଏହା ବି କହିଛନ୍ତି କି ମାଟିତଳେ ଆଉ ମାତ୍ର ୫୪ ହଜାର ଟନ୍ ସୁନା ମହଜୁତ୍ ରହିଛି । ଯାହାକି ଆଗାମୀ ଦିନରେ କାମରେ ଆସିବ । ଏବେ ଯେତିକି ସୁନା ମାଟିତଳେ ମହଜୁତ୍ ରହିଛି ତାହା କେବଳ ୨ ଟି କାର୍ଗୋ ଜାହାଜରେ ରେ ବୋହାହୋଇ ଆସିପାରିବ । ୨୦୩୫ ରେ ଶେଷ
ଅନୁମାନ କରାଯାଉଛି କି ଖୁବ୍‌ଶୀଘ୍ର ସାରା ବିଶ୍ୱର ମାଟିତଳେ ଥିବା ସୂୁନା ଶେଷ ହେବାକୁ ଯାଉଛି । ୟୁ.ଏସ୍ ମନି ରିଜର୍ଭ ବିଶ୍ୱ ଗୋଲଡେନ ସେଶ ମାଧ୍ୟମରେ କହିଛନ୍ତି କି ୨୦୩୫ ମସିହା ବେଳକୁ ବିଶ୍ୱର ମାଟିତଳେ ଥିବା ସୁନା ଶେଷ ହୋଇଯିବ । କାରଣ ଏବେ ନୂଆ ସୁନା ଖାଦାନର କୌଣସି ସୂଚନା ମିଳିପାରି ନାହିଁ । କ୍ରମାଗତ ଭାବେ ହ୍ରାସ ପାଉଛି ସୁନା ଉର୍ତ୍ତୋଳନ
୨୦୧୮ ମସିହାରେ ସୂର୍ଣ୍ଣ ଖନନ କମ୍ପାନୀ ମାନେ ଅଭିଯୋଗ ଆଣିଥିଲେ କି ଖାଦାନରୁ ସୁନା ଉର୍ତ୍ତୋଳନ କମିବାରେ ଲାଗିଛି । ଏହି କମ୍ପାନୀ ମାନଙ୍କ ମଧ୍ୟରେ ନ୍ୟୁମୋଣ୍ଟ ଗୋଲ୍ଡକ୍ରପ, ବ୍ୟାରିକ୍ ଗୋଲ୍ଡ କର୍ପୋରେସନ ଓ କିନରୋସ ଗୋଲ୍ଡ କର୍ପୋରେସନ ଭଳି ବଡ କମ୍ପାନୀ ମାନେ ସାମିଲ ଥିଲେ । ଏହି କମ୍ପାନୀ ମାନେ ସୂଚନା ଦେଇଥିଲେ କି ୨୦୧୮ ମସିହାରେ ସୂର୍ଣ୍ଣ ଭଣ୍ଡାରରେ ୨.୫ ପ୍ରତିଶତ ସୁନା କମିଛି ।

ଅନ୍ୟ ଗ୍ରହରେ ବି ସୁର୍ଣ୍ଣ ଭଣ୍ଡାରର ସନ୍ଧାନ ଚାଲିଛି

ସୂର୍ଣ୍ଣଭଣ୍ଡାର ଅନୁସନ୍ଧାନ କରିବାରେ ସବୁଠାରୁ ଆଗରେ ରହିଛି ଆମେରିକା, କାନାଡା ଓ ଅଷ୍ଟ୍ରେଲିଆ । ଏହି ଦେଶ ମାନେ ଅନ୍ୟଦେଶରେ ସୂୁନା ଖନନ ପାଇଁ ବି ଟଙ୍କା ଲଗାଇଥାନ୍ତି । ଏବେ ଯାହା ସୂଚନା ମିିଳିଛି ଲାର୍ଟିନ୍ ଆମେରିକା ଓ ଆଫ୍ରିକା ଭଳି ଦେଶ ମାନଙ୍କରେ ନୂତନ ସୂର୍ଣ୍ଣ ଭଣ୍ଡାର ସନ୍ଧାନରେ ଲାଗିଛି ଏଜେନ୍ସି । ଅନ୍ୟପଟେ ପୃଥିବୀ ବ୍ୟତିତ ଅନ୍ୟ ଗ୍ରହରେ ସୁନା ଖାଦାନ ଥିବା ନେଇ ଅନୁସନ୍ଧାନ ଜାରି ରହିଛି । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଚନ୍ଦ୍ରରେ ସୁନା ଥିବା ନେଇ ବୈଜ୍ଞାନିକ ମାନେ ଅନୁମାନ କରୁଥିବା ଜଣାପଡିଛି । ଯଦି ସେଠାରେ ସୁନା ଖଣି ମିଳିଯିବ ତେବେ ସେଠାରୁ ସୁନା ଖୋଳି ପୃଥିବୀକୁ ଆଣିବା ବେଳକୁ ସୁନାର ଦାମ ବହୁଗୁଣ ବଢିିଯିବ । ସେଥିପାଇଁ ବର୍ତ୍ତମାନ ଏହା ଉପରେ ହେଉଥିବା ଗବେଷଣାକୁ ସ୍ଥଗିତ ରଖା ଯାଇଛି ।

 ଏହି ତାରାରେ ରହିଛି ସୁନା
ଅନ୍ୟ ଗ୍ରହରେ ସୁନାର ସନ୍ଧାନ କରୁ କରୁ ବୈଜ୍ଞାନିକ ମାନେ ଏକ ଛୋଟ ତାରା ଆବିସ୍କାର କରିଥିଲେ । ଏହି ତାରାର ଗଠନ ସୁନା, ପ୍ଲାଟିନମ୍ , ଆଇରନ ଓ ନିକେଲରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି । ବିଶେଷଜ୍ଞଙ୍କ ମତରେ ଏଠାରୁ ମିଳିବାକୁ ଥିବା ଧାତୁର ମୋଟ ମୁଲ୍ୟ ପାଖା ପାଖି ୮ ହଜାର କ୍ୱାଡିଲିନ୍ ପାଉଣ୍ଡ ହେବ ।
ନାଶା କରିବ ଯାଂଚ
ବର୍ତମାନ ଯାଏ ଏହି ତାରାରେ ଦେଖାଯାଉଥିବା ସୁନାକୁ ଅନୁମାନ କରାଯାଇ ପାରି ନାହିଁ । କିନ୍ତୁ ଏହାକୁ ଯଦି ପୃଥିବୀକୁ ଅଣାଯାଇ ପାରିବ ତେବେ ପୃଥିବୀର ପ୍ରତ୍ୟେକ ଲୋକ କୋଟିପତି ହୋଇଯିବେ । ଫ୍ରାନ୍ସ ର ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଜ୍ଞାନିକ ତଥା ଉର୍ତ୍ତୋଳନ ବିଶେଷଜ୍ଞ ସ୍କଟ ମୋର କହିଛନ୍ତି କି ଏହି ତାରାରେ ଯେତିକି ସୁନା ଅଛି ବୋଲି ଅନୁମାନ କରାଯାଉଛି ତାହା ସତ୍ୟ ପ୍ରମାଣିତ ହେଲେ ଏହା ପୃଥିବୀର ସୁନା ଶିଳ୍ପକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେବ । ସେ ଏହା ବି କହିଛନ୍ତି କି ୨୦୨୨ ସୁଦ୍ଧା ଏହି କ୍ଷୁଦ୍ର ଗ୍ରହର ଯାଂଚ କରିବାକୁ ନାଶା ଏକ ମିଶନ ଆରମ୍ଭ କରିବାକୁ ଯାଉଛି । ଏହି ମିଶନର ନାମ ଡିସକଭରୀ ବୋଲି ରଖାଯାଇଛି । ଏହା ୨୦୨୬ ସୁଦ୍ଧା ସାଇକି ପାଖରେ ପହଂଚି ଯାଂଚ ଆରମ୍ଭ କରିବ ।