ଉପରୋକ୍ତ ଚିତ୍ରରେ ଥିବା ବହଳିଆ ଦଳଦିଆ ରଙ୍ଗର ଦ୍ରବ୍ୟକୁ ଦେଖି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ । କ’ଣ ଏହି ଦ୍ରବ୍ୟ ଏବଂ କାହିଁକି ଏହାକୁ ଉଡାଜାହାଜରୁ ଜବତ କରାଯାଇଛି? ତେବେ ଆପଣଙ୍କୁ ଦ୍ୱନ୍ଦରେ ନପକାଇ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେବାକୁ ଯାଉଛୁ ।
ଘଟଣାଟି କିଛି ଏପରି ଗୁଇନ୍ଦା ବିଭାଗକୁ ବିମାନରେ ଚାଲାଣ ହେଉଥିବା କିଛି ମୂଲ୍ୟବାନ ସଂପଦ ବିଷୟରେ ଜଣାପଡିବା କ୍ଷଣି ବିମାନରେ ରେଡ୍ ପଡିଲା । ହାଇଦ୍ରାବାଦ୍ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଖୋଜାଖୋଜି ପରେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏକ ଅଜବ ଦ୍ରବ୍ୟ ମିଳିଲା । ଚକଟା ମାଟି ତଥା ପଶୁମଳ ଭଳି ଦେଖାଯାଉଥିବା ଏହି ଦ୍ରବ୍ୟକୁ ପୋଲିସ୍ ସିଜ୍ କଲା । ଏହି ଦ୍ରବ୍ୟକୁ କିରୋସିନିରେ ପକାଇବା ପରେ ପୋଲିସ୍ ସେଥିରୁ ଯାହା ପାଇଲା ସେଥିରେ ହତବାକ୍ ହୋଇଗଲା । ପ୍ରକୃତରେ ଏହା କୌଣସି ମାମୁଲି ଦ୍ରବ୍ୟ ନଥିଲା ଏହା ଥିଲା ମୂଲ୍ୟବାନ ସଂପଦ ସୁନା ।
ବିମାନରେ ଧରାପଡିଗଲେ ସମସ୍ତଙ୍କ ଆଖି ଯେଭଳି ଧୋକା ଖାଇପାରିବ ଏଥିପାଇଁ ମାଫିଆ ମାନେ ସୁନାକୁ ତରଳାଇ ଏଭଳି ଆକାର ଦେଇଥିଲେ । ୧ କିଲୋ ୮୫୦ ଗ୍ରାମର ଏହି ସୁନାପେଷ୍ଟକୁ ଜଣେ ଯାତ୍ରୀ ବିଦେଶ ଚାଲାଣ କରୁଥିଲେ । କିନ୍ତୁ ରାଜସ୍ୱ ଗୁଇନ୍ଦା ବିଭାଗ ନଜରରୁ ମାଫିଆ ମାନଙ୍କ ଏହି ଚାଲାଣ ଆସିଯାଇଥିଲା । ଏହି ପେଷ୍ଟକୁ କଠିନାବସ୍ଥା ଦେବା ପରେ ଏଥିରୁ ୧,୧୨୦.୭୮୦ ଗ୍ରାମ୍ ସୁନା ବାହାରିଲା । ଏହି ସୁନାର ଦାମ୍ ୩୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ତେବେ ଉକ୍ତ ଯାତ୍ରୀଙ୍କୁ ପୋଲିସ୍ ଗିରଫ କରିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/2407973bbcaf4fb5222a929dcf0417af.jpg)
/kanak/media/post_attachments/wp-content/uploads/2018/09/KG-300x73.jpg)
/kanak/media/post_attachments/wp-content/uploads/2018/09/5b58a46df756a01d008b4569-750-472-300x189.jpg)