ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଧରପଡିଲା ସୁନା । ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିବା ବେଳେ ପଗଡିରେ ଲୁଚାଇଥିଲେ ୨୦ ଲକ୍ଷ ଟଙ୍କାର ଗୋଲଡେନ ବାର୍

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ

83

କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ । ବ୍ୟାଙ୍କକକରୁ ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀଙ୍କ ନିକଟରୁ ପାଖାପାଖି ୨୦ ଲକ୍ଷ ଟଙ୍କାର ସୁନା ବାର୍ ଜବତ୍ ହୋଇଛି । ଏହାର ଓଜନ ୬୧୦ ଗ୍ରାମ୍ ହେବ । ଏହି ଘଟଣାରେ ଯାତ୍ରୀ ଅମରଜିତ ସିଂଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ନିଜ ପଗଡ଼ିରେ ଅମରଜିତ୍ ସୁନା ବାର୍ ଲୁଚାଇ ଆଣୁଥିବା ବେଳେ ଧରା ପଡ଼ିଥିଲେ । ଜବତ ସୁନା ବାର୍ ଅଷ୍ଟ୍ରେଲିଆ ନିର୍ମିତ ବୋଲି ଜଣାପଡ଼ିଛି ।

ଅମରଜିତ୍ ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଥିଲେ । ତେବେ ବାରମ୍ବାର ଭୁବନେଶ୍ୱରରୁ ସୁନା ଜବତ ହେବା ଘଟଣା ସାମନାକୁ ଆସିଛି । ସୁନା ଚୋରା ଚାଲାଣଙ୍କୁ କଷ୍ଟମ ବିଭାଗ ଧରି ତଦନ୍ତ କରୁଥିଲେ ମଧ୍ୟ ବାରମ୍ବାର ସୁନା ଜବତ କରାଯାଉଛି ।