କନକ ବ୍ୟୁରୋ: ଆଜି ୨୦୨୪-୨୫ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଳା ସୀତାରମଣଙ୍କ ଏହା ସପ୍ତମ ବଜେଟ । ବଜେଟରେ ଅଲଗା ଅଲଗା ସେକ୍ଟର ପାଇଁ ଘୋଷଣା ହେଉଛି । ହେଲେ ଏହି ବଜେଟରେ ସାଧାରଣ ଲୋକଙ୍କ ପାଇଁ କଣ ମହଙ୍ଗା ହେଲା ଓ କଣ ଶସ୍ତା ହେଲା ତାହା ଉପରେ ନଜର ରହିଛି । ତେବେ ଏହି ବଜେଟରେ କ୍ୟାନ୍ସର ଔଷଧ, ସୁନା ରୂପା ସମେତ ଅନେକ ଜିନିଷରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି । ଯାହା ଦ୍ୱାରା ସାଧାରଣ ଲୋକ ବେଶ ଉପକୃତ ହେବେ ।
୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଅର୍ଥମନ୍ତ୍ରୀ କହିଛନ୍ତି, କ୍ୟାନ୍ସର ଔଷଧ ଶସ୍ତା ହେବ । ମୋବାଇଲ ଓ ମୋବାଇଲ ଚାର୍ଜର ସମେତ ଅନ୍ୟ ଉପକରଣ ବିସିଡି ୧୫ ପ୍ରତିଶତ ହ୍ରାସ କରାଯାଇଛି, ସେହିପରି ସରକାର ସୁନା, ରୂପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରି ୬ ପ୍ରତିଶତ କରିଦେଇଛନ୍ତି । ଯାହା ଦ୍ୱାରା ସୁନା ରୂପା ଦର ହ୍ରାସ ପାଇବ ।
ସୋଲାର ସେଲ ଓ ପ୍ୟାନେଲ ଉପରେ ସୀମା ଶୁଳ୍କ ଛାଡ
ସୁନା, ରୂପା ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ
ପ୍ଲାଟିନମ ସୀମା ଶୁଳ୍କ ୬.୪ ପ୍ରତିଶତକୁ ହ୍ରାସ
୩ଟି କ୍ୟାନସର ଔଷଧରେ ସୀମା ଶୁଳ୍କ ଛାଡ
ଶସ୍ତା ହେବ ମୋବାଇଲ ଫୋନ ଓ ଚାର୍ଜର
ମୋବାଇଲ ଫୋନ, ମୋବାଇଲ ଚାର୍ଜରେ ସୀମା ଶୁଳ୍କ ହ୍ରାସ