କାଲି ଧନତେରାସ ପାଇଁ ସୁନା ଦୋକାନୀଙ୍କ ଲୋଭନୀୟ ଅଫର ବର୍ଷା: ସୁନା କିଣିବା ପାଇଁ ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ

233

କନକ ବ୍ୟୁରୋ: କାଲି ଧନତେରାସ । ଦୀପାବଳି ପୂର୍ବଦିନ ପଡିଥାଏ ଧମତେରାସ । କୁହାଯାଏ ଧନତେରାସରେ ସୁନା କିମ୍ବା ରୂପା କିଣିଲେ ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ । ଆଗରୁ ଓଡିଶା ପରମ୍ପରାରେ ଅକ୍ଷୟ ତୃତୀୟାରେ ସୁନା କିମ୍ବା ରୂପା କିଣିଲେ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏବେ କିନ୍ତୁ ଗତ କିଛି ବର୍ଷ ହେଲା ଧନତେରାସକୁ ବି ଶୁଭଦିନ ବୋଲି ବିବେଚନା କରାଯାଉଛି । ଆପଣ ଯଦି ଗତ କିଛିବର୍ଷ ଧରି ଦେଖିବେ ତାହା ହେଲେ ସୁନା କିଣିବା ଚାହିଦା ବଢିଯାଇଛି । ଲୋକେ ଅଧିକ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯଦି ଧନତେରାସ ପୂର୍ବରୁ ଖବରକାଗଜଗୁଡିକ ଉପରେ ନଜର ପକାଇବେ ତାହାହେଲେ ସୁନାଦୋକାନମାନଙ୍କ ପୃଷ୍ଠା ପୃଷ୍ଠା ବିଜ୍ଞାପନ ଆସୁଛି ।

ଯେହେକୁ ସୁନା ଆଉ ରୂପା କିଣିବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି , ସେଥିପାଇଁ ଏତେ ବିଜ୍ଞାପନ ବାହାରୁଛି । ରାଜ୍ୟରେ ଲୋକଙ୍କ ସୁନାକିଣିବା ଆଗ୍ରହ ବଢୁଛି । ତେଣୁ ଜାତୀୟ ବ୍ରାଣ୍ଡ ବି ଓଡିଶାରେ ପ୍ରବେଶ କଲେଣି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ସହ ଛୋଟ ଛୋଟ ସହରଗୁଡିକରେ ମଧ୍ୟ ଏହି ଜାତୀୟ ବ୍ରାଣ୍ଡ ଦୋକାନ ଖୋଲିଲେଣି । ଯେହେତୁ ଧନତେରାସ ଓ ଅକ୍ଷୟତୃତୀୟା ଭଳି ପର୍ବରେ ଲୋକଙ୍କ ସୁନା ଓ ରୂପା କିଣିବା ପ୍ରତି ଆଗ୍ରହ ବଢୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନାଗହଣା ଦୋକାନ ବି ଖୋଲୁଛି । ଖବରକାଗଜରେ ବିଜ୍ଞାପନ ବି ବାହାରୁଛି । ତେବେ କାହିଁକି ସୁନାପ୍ରତି ଆମ ରାଜ୍ୟ ଲୋକଙ୍କ ଆଗ୍ରହ ବଢିଛି ତାର କାରଣ ତ ଖୋଜିବା କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା କଣ କହୁଛନ୍ତି ଜନତା ।
ଲୋକେ କାହିଁକି ସୁନା କିିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି?

-ସୁନା ଏକ ନିରାପଦ ନିବେଶ ବୋଲି ଲୋକଙ୍କ ଧାରଣା ରହିଛି
-ସୁନାର ମୂଲ୍ୟ କ୍ରମାଗତ ଭାବେ ବଢୁଛି
-ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ସୁନା ଓ ସୁନା ଗହଣାର ଆବଶ୍ୟକତା ରହିଛି
-ଧନତେରାସରେ ସୁନା ଆଣିଲେ ସୁଖ-ସମୃଦ୍ଧି ବଢିବା ନେଇ ବିଶ୍ୱାସ ରହିଛି
-ପାରମ୍ପରକି ଭାବେ ଓଡିଶାବାସୀ ସୁନାଗହଣାକୁ ପସନ୍ଦ କରିଥାନ୍ତି
-ଅକ୍ଷୟତୃତୀୟା ଓ ଧନତେରାସ ଭଳି ଦିନରେ ସୁନା ଗହଣା କିଣିବା ପରମ୍ପରା ରହିଛି
-ଅନେକ ଏହାକୁ ଆଭିଜାତ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ଭାବିଥାନ୍ତି
-ସୁନାଦେକାନୀଙ୍କ ଲୋଭନୀୟ ବିଜ୍ଞାପନ ଓ ଅଫର ଲୋକଙ୍କୁ ଆକର୍ଷିତ କରିଥାଏ