ଆପଣ କଣ ଜାଣିଛନ୍ତି ଘରେ କେତେ ସୁନା ରଖିପାରିବେ? ଯଦି ଜାଣିନାହାନ୍ତି ପଢନ୍ତୁ …

264

କନକ ବ୍ୟୁରୋ: ଆପଣ ସାମାଜିକ ଗଣମାଧ୍ୟମ, ଇଣ୍ଟରନେଟ, କିମ୍ବା ନ୍ୟୁଜରେ ଦେଖୁଥିବେ ଯେତେବେଳେ କୌଣସି ସ୍ଥାନରେ ରେଡ ହୋଇଥାଏ ସେତେବେଳେ ସେଠାରୁ ବ୍ୟାପକ ପରିମାଣର ସୁନା ଜବତ ହୋଇଥାଏ । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଥାଏ । ଆପଣ ଦେଖିଥିବେ ଅନେକ ଘରୁ ଅଧିକ କିମ୍ବା କମ ସୁନା ମିଳିଥାଏ । ତେବେ ଆପଣ ଜାଣିଛନ୍ତି କି ଆପଣ ଘରେ କେତେ ସୁନା ରଖିପାରିବେ । ଅର୍ଥାତ ଘରେ କେତେ ସୁନା ରଖିବା ବୈଧ ଏବଂ ଏହାଠାରୁ ଅଧିକ ସୁନା ରଖିଲେ କଣ କାର୍ଯ୍ୟାନୁଷ୍ଠାନ ହେବ ।

ଦେଶରେ ପ୍ରଥମେ ସୁନା ରଖିବା ଉପରେ ଏକ ସୀମା ଧାର୍ଯ୍ୟ କରାଯାଇଥିଲା, ବର୍ତ୍ତମାନ କିନ୍ତୁ ସେହିଭଳି କିଛି ନାହିଁ । ପୂର୍ବରୁ ଅଧିକ ସୁନା ରଖିବା ପରେ ତାଙ୍କ ଉପରେ ନଜର ରଖାଯାଇଥାଏ । ତେବେ ବର୍ତ୍ତମାନ ସେହି ନିୟମକୁ ଶେଷ କରିଦିଆଯାଇଛି । ପୂର୍ବରୁ ଗୋଲ୍ଡ କଣ୍ଟ୍ରୋଲ ଆକ୍ଟ ୧୯୬୮ ରହିଥିଲା ଯେଉଁଥିରେ ଆପଣ ସୀମାଠାରୁ ଅଧିକ ସୁନା ରଖିପାରିବେ । ତେବେ ୧୯୯୦ ମସିହାରେ ଏହାକୁ ଶେଷ କରିଦିଆଯାଇଥିଲା । ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି । ନୂଆ ନିୟମ ଅନୁସାରେ ସୁନାର ରଖିବାର କୌଣସି ସୀମା ନାହିଁ । ତେବେ ଏହାର ଅର୍ଥ ଏହା ନୁହେଁ ଆପଣ ଆପଣଙ୍କ ଘରେ ବିପୂଳ ସୁନା ରଖିପାରିବେ ।

ବର୍ତ୍ତମାନ ଆଇନ ଅନୁସାରେ ଗୋଟିଏ ସୀମା ରହିଛି । ଯଦି ଏହି ସୀମାରୁ ଅଧିକ ସୁନା ଆପଣଙ୍କ ପାଖରେ ରହିଛି ତେବେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଯଦି ଆପଣଙ୍କ ପାଖରେ ସୁନା ରହିଛି ସେଥିପାଇଁ ଆପଣଙ୍କ ପାଖରେ ସେହିଭଳି ଉତ୍ସ ରହିବାର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ପାଖରେ ସୁନା ଅଛି ତେବେ ଆପଣ ସେହି ସୁନା କେବେ କିଣିଛନ୍ତି, ଆପଣଙ୍କ ଆୟର ଉତ୍ସ କଣ ଏବଂ ଯଦି ପୂର୍ବରୁ ଏହା ଆପଣଙ୍କ ପାଖରେ ଅଛି ତେବେ ସେହି ସୁନା କେମିତି ଆପଣଙ୍କ ପାଖକୁ ଆସିଲା ତାର ତଥ୍ୟ ରହିବା ଦରକାର । ଯଦି ଆପଣଙ୍କୁ ଏହି ସୁନା ନେଇ ପ୍ରଶ୍ନ କରାଯାଇଥାଏ ତେବେ ଆପଣଙ୍କୁ ତାର ଉତ୍ସ ବାବଦରେ ଉତ୍ତର ରଖିବାକୁ ପଡିବ । ଯଦି ଆପଣ ଏହାର ସଠିକ ଉତ୍ତର ରଖିଦିଅନ୍ତି ତେବେ ଆପଣଙ୍କୁ କୌଣସି ଅସୁବିଧାର ସାମ୍ନାକରିବାକୁ ପଡିବ ନାହିଁ ।

ତେବେ ଏ ଯେଉଁ ସୁନାର ରଖିବାର ସୀମା ବାବଦରେ କହୁଛି ସେ ସୀମା କଣ । ଏହି ସୀମାରୁ କମ ବା ଅଧିକ ରଖିବା ଠିକ ନା ଭୁଲ । ତେବେ ଏହାର ଉତ୍ତର ହେଉଛି, ଜଣେ ବିବାହିତ ମହିଳା ନିଜ ପାଖରେ ୫ଶହ ଗ୍ରାମ ସୁନା ରଖିପାରିବେ । ସେହିଭଳି ଜଣେ ଅବିବାହିତ ମହିଲା ନିଜ ପାଖରେ ୨୫୦ ଗ୍ରାମ ସୁନା ରଖିପାରିବେ । ଅନ୍ୟପଟେ ଜଣେ ବିବାହିତ ପୁରୁଷ ନିଜ ପାଖରେ ୧୦୦ ଗ୍ରାମ ସୁନା ରଖିପାରିବେ । ଯଦି ଏତିକି ପରିମାଣର ସୁନା ଆପଣଙ୍କ ପାଖରେ ରହିଛି ଆପଣଙ୍କୁ କୌଣସି ଆୟର ଉତ୍ସ ଦେବାର ଆବଶ୍ୟକତା ନାହିଁ । ଏହି ପରିମାଣଠାରୁ ଅଧିକ ହେଲେ ଆପଣଙ୍କୁ ତାର ଉତ୍ସ ବାବଦରେ ତଥ୍ୟ ଦେବାକୁ ପଡିବ ।

ତେବେ ଅଳଙ୍କାର ରୂପରେ ଥିବା ସୁନା ପାଇଁ ଆପଣଙ୍କୁ ଅନେକ ପ୍ରକାର ରିହାତି ଦିଆଯାଇଥାଏ । ଯଦି କାହପାଖରେ ପରିବାରର ପୂର୍ବପିଢିଠାରୁ ମିଳିଥିବା ସୁନା ଥାଏ ତେବେ ତାଙ୍କୁ ଆହୁରି ଅଧିକ ରିହାତି ମିଳିଥାଏ । ତେବେ ଅଧିକ ସୁନା ଥିଲେ ଆପଣଙ୍କୁ ସେ ବାବଦରେ ଦସ୍ତାବିଜ ଦେବାକୁ ପଡିବ । ସେଭିଭଳି ଆପଣଙ୍କୁ ଉପହାର ଭାବେ ମିଳିଥିବା ସୁନାରେ ମଧ୍ୟ ସରକାର ଅନେକ ରିହାତି ଦେଇଥାନ୍ତି ।